ଗାନ୍ଧିବାଦୀ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା


କେନ୍ଦ୍ରାପଡ଼ା, ୩୦ା୯: ଗାନ୍ଧିବାଦୀ ନେତା, ଶିକ୍ଷାବିତ୍ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଚ୍ଛଗରିଆସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ ହୃଷିକେଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପ୍ରତାପ କୁମାର ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ପୁସ୍ତକ ଅନିର୍ବାଣ ଦୀପଶିଖାଉନ୍ମୋଚିତ ହୋଇଥିଲା । ସ୍ୱର୍ଗତ ଭଜକ୍ରୁଷ୍ଣ ରାଉତ ଜଣେ ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ ବିଭିନ୍ନ ସାମାଜିକ, ରାଜନୈତିକ ଶିକ୍ଷାନୁଷ୍ଠାନ ସହିତ ଜଡିତ ରହି ବିଭିନ୍ନ ସମୟରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକରି ବେଶ୍ ପ୍ରସଂଶାର ପ୍ରିୟପାତ୍ର ପାଲଟିଥିଲେ । ବିଶେଷ କରି ସ୍ୱର୍ଗତ ରାଉତ ଓଡିଶା ମାଟିର ପ୍ରବାଦ ପୁରୁଷ ଏବଂ ପୂର୍ବତନ ମୂଖ୍ୟ ମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅନ୍ତରଂଗ ଅନୁଗତ ଥିଲେ ଓ କେନ୍ଦ୍ରାପଡା ମହାତ୍ମାଗାନ୍ଧୀ ପଦଯାତ୍ରା କମିଟିର ସଭାପତି ଥିଲେ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଦେଷ୍ଟା ଆକବର ଅଲ୍ଲୀ, ପ୍ରମୋଦ ରଥ,ଦେବଦାସ ମହାନ୍ତି, ରଞ୍ଜିତ ସାହୁ, ଶିକ୍ଷାବିତ୍ ନନ୍ଦକିଶୋର ପରିଡା, ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଉତ୍କଳକେଶରୀ ପରିଡା, ସିପ୍ରା ମଲ୍ଲିକ, ଚିନ୍ମୟ ପ୍ରସାଦ ବେହୁରା, ଅଲେଖ ଜେନା,ମାନସ ପରିଡା, ଦୁର୍ଗାଶୁଷ ମହାନ୍ତି, ପ୍ରଣବ କୁମାର ଜେନା,ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ, ପ୍ରଦୀପ୍ତ ମହାନ୍ତି, ସରୋଜ ସାହୁ, ଶିବ ପ୍ରସାଦ ଭଳ, ଶ୍ରୀରାମ ଦାଶ, ପୂର୍ବତନ ପିପି ଭୀମସେନ ଭୂୟାଁ, ଅଶୋକ ପ୍ରତିହାରୀ, ବସନ୍ତ ମଲ୍ଲିକ, ପୂର୍ବତନ ବିଧାୟକ ତାପସ ଦାସ, ସାହିତ୍ୟିକ ରବି ସ୍ୱାଇଁ, ଡଃ ବାସୁଦେବ ଦାସ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଅମ୍ବିକା ପରିଡା, ସମାଜସେବୀ ଅଜୟ ରାଉତ, ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜେଶ ଦାସ, ଅଜୟ ସାମଲ, ଧିରେନ ସାହୁ, ପ୍ରମୁଖ ଶିକ୍ଷାବିତ୍ ସ୍ୱର୍ଗତ ରାଉତଙ୍କ ଗୁଣାବଳୀ ଉପରେ ଆଲୋକପାତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଣ୍ଡିତ ପ୍ରତାପ ପତି ଗୀତା ପାଠ କରିଥିବା ବେଳେ ଯୁବ ନେତା ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

 


Discover more from

Subscribe now to keep reading and get access to the full archive.

Continue reading