
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅକ୍ଟୋବର ୨ରୁ ୧୧ ପର୍ଯ୍ୟନ୍ତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ ପରିସରରୁ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ବିଧାୟକ ଧ୍ରୁବ ସାହୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ପଦଯାତ୍ରାର ଆରମ୍ଭ କରିଥିଲେ । ପ୍ରଥମ ଦିନର ଏହି ପଦଯାତ୍ରା ତ୍ରିନାଥ ବଜାର, ହଂସୁଆ ସେତୁ ଦେଇ ରାଜନଗର ବଜାର ପରିକ୍ରମା କରି ତହସିଲ ପରିସରକୁ ଆସିଥିଲେ । ସେଠାରେ ସମ୍ବିଧାନ ପ୍ରଣେତା ଡଃ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଏହାପରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ନେତାମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ବ୍ଲକ ପରିସରରେ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀ ସାହୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ମତବ୍ୟକ୍ତ କରିଥିଲେ । ଭାରତ ସରକାର ମହିଳାଙ୍କ ପାଇଁ ୩୩ଭାଗ ସଂରକ୍ଷଣ ବିଲ ପାସ କରିଛନ୍ତି । ୨୦୧୯ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ଭାଗ ମହିଳାମାନଙ୍କୁ ପ୍ରାର୍ଥୀ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସାରା ଦେଶ ଏବେ ତାଙ୍କୁ ଅନୁସରଣ କରୁଛି । ଏହି କାର୍ଯ୍ୟକ୍ରମରେ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ପ୍ରଶାନ୍ତକୁମାର ରାଉତ, ସୋସିଆଲ ମିଡିଆ ସଂଯୋଜକ ବିଜୟକୁମାର ନାୟକ, ଆତ୍ମା କମିଟିର ସଭାପତି ଗୋବର୍ଦ୍ଧନ ପ୍ରଧାନ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅରୁଣକୁମାର ସାହୁ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ବୈବର୍ତନାରାୟଣ ବିଶ୍ୱାଳ, ସରପଞ୍ଚ ସୁଶ୍ରୀସଙ୍ଗୀତା ମିଶ୍ର, ଗୋଲେଖ ସ୍ୱାଇଁ, ଅଶୋକ ମହାନ୍ତି, ମଂଜୁଳା ଦାସ, ଚିତରଂଜନ ପଣ୍ଡା, ଶୈଳେନ୍ଦ୍ର ମିଶ୍ର, ପ୍ରସନ୍ନ ପରିଡା, ସମିତି ସଭ୍ୟ ଆର୍ତବନ୍ଧୁ ମହାନ୍ତି , ସଂଜୟ ସ୍ୱାଇଁ, ସୁମିତ୍ରା ସେଠୀ, କୈାଶିକ ବେହେରା, ସୁଦର୍ଶନ ଦାସ, ନରହରି ଜେନା, ପ୍ରମୋଦ ପ୍ରଧାନ, ବିଜ୍ଞାନରଂଜନ ଜେନା, ନରେନ୍ଦ୍ର ସ୍ୱାଇଁ, ସର୍ବେଶ୍ୱର ମହାନ୍ତି, ନବକିଶୋର ପାତ୍ର, ଘନଶ୍ୟାମ ବଳ, ପୃଥୀରାଜ ପାତ୍ର, ଉମେଶ ଦାସ, ସରୋଜ ରାଉତ, ସାଗର ପରିଡା ପ୍ରମୁଖ ଦଳୀୟ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।











