ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଥମ


କେନ୍ଦ୍ରାପଡ଼ା, ୨ା୧୦ : ଓଡିଶା ଲୋକସେବା ଆୟୋଗ(ଓ.ପି.ଏ.ସି) ପରିଚାଳିତ ଓ.ଇ.ଏସ୍ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡଃ ଭାବାନୀ ଶଙ୍କର ରାଉତ । ଡଃ ରାଉତ କେନ୍ଦ୍ରାପଡା ସହରସ୍ଥ କାକଟ ନିବାସୀ ମନ୍ମଥ ରାଉତ(ପୂର୍ବତନ ସିଇଓ ଅର୍ବାନ ବ୍ୟାଙ୍କ) ଓ କଳ୍ପନା ଧଳ, ଶିଶୁ ବିକାଶ ଅଧିକାରିଣୀ(ଅବସରପ୍ରାପ୍ତ)ଙ୍କ ସୁପୁତ୍ର ଅଟନ୍ତି । କିଛି ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାରରେ ଅଧ୍ୟାପନା କରିବା ସହ ବର୍ତ୍ତମାନ ସୋୟା ବିଶ୍‌ବବିଦ୍ୟାଳୟ ଭୂବନେଶ୍ୱର ଠାରେ ମ୍ୟାନେଜମେଣ୍ଟ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର‌୍ୟ୍ୟରତ । ଏହି ସଫଳତା ପାଇଁ ତାଙ୍କ ଗୁରୁଜନ ଓ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । ଏଥିସହିତ ତାଙ୍କର ଦୃଢମନବଳ, କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ମିଳିଥିବାର ସେ ପ୍ରକାଶ କରିଛନ୍ତି । ସେ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକ୍ଷେତ୍ର, ଶ୍ଥାନୀୟ ଭାରତୀ ବିଦ୍ୟାମନ୍ଦିର, କେନ୍ଦ୍ରାପଡା କଲେଜରେ ପାଠ ପଢିବା ସହିତ ଫନ୍‌ଡଚେରୀ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି ।


Next Post

ମହାନଦୀ ବ୍ରିଜ ଅଧାରେ ଲଟକି ବସ୍‌ , ଟଳିଗଲା ଏକ ବଡ଼ ବିପଦ , ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଲୋକେ

Tue Oct 3 , 2023
କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଶେଷ ପର୍ଯ୍ୟନ୍ତ ବସ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସଟି ଯାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି […]

KANIKA