ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଥମ


କେନ୍ଦ୍ରାପଡ଼ା, ୨ା୧୦ : ଓଡିଶା ଲୋକସେବା ଆୟୋଗ(ଓ.ପି.ଏ.ସି) ପରିଚାଳିତ ଓ.ଇ.ଏସ୍ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡଃ ଭାବାନୀ ଶଙ୍କର ରାଉତ । ଡଃ ରାଉତ କେନ୍ଦ୍ରାପଡା ସହରସ୍ଥ କାକଟ ନିବାସୀ ମନ୍ମଥ ରାଉତ(ପୂର୍ବତନ ସିଇଓ ଅର୍ବାନ ବ୍ୟାଙ୍କ) ଓ କଳ୍ପନା ଧଳ, ଶିଶୁ ବିକାଶ ଅଧିକାରିଣୀ(ଅବସରପ୍ରାପ୍ତ)ଙ୍କ ସୁପୁତ୍ର ଅଟନ୍ତି । କିଛି ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାରରେ ଅଧ୍ୟାପନା କରିବା ସହ ବର୍ତ୍ତମାନ ସୋୟା ବିଶ୍‌ବବିଦ୍ୟାଳୟ ଭୂବନେଶ୍ୱର ଠାରେ ମ୍ୟାନେଜମେଣ୍ଟ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର‌୍ୟ୍ୟରତ । ଏହି ସଫଳତା ପାଇଁ ତାଙ୍କ ଗୁରୁଜନ ଓ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । ଏଥିସହିତ ତାଙ୍କର ଦୃଢମନବଳ, କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ମିଳିଥିବାର ସେ ପ୍ରକାଶ କରିଛନ୍ତି । ସେ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକ୍ଷେତ୍ର, ଶ୍ଥାନୀୟ ଭାରତୀ ବିଦ୍ୟାମନ୍ଦିର, କେନ୍ଦ୍ରାପଡା କଲେଜରେ ପାଠ ପଢିବା ସହିତ ଫନ୍‌ଡଚେରୀ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading