କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ


କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜିଲ୍ଲାରେ ଚାଲୁଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ପ୍ରଦାନ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାରେ ‘ନୂଆ ଓଡିଶା’ ସ୍କିମ ମାଧ୍ୟମରେ କିପରି ଶୀଘ୍ର ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ ତା’ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ରଖିଥିଲେ । ଜିଲ୍ଲାରେ ନିୟୋଜନ ସହିତ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆସନ୍ତା ଡିସେମ୍ବରମାସ ଦ୍ୱିତୀୟ ସପ୍ତାହରେ ୨ଟି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା କରାଯିବା ପାଇଁ ସ୍ତିରିକୃତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଏଲ.ଡି.ଏମ., ଛତା ସରକାରୀ ପଲିଟେକନିକର ଅଧ୍ୟକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ସହକାରୀ ହସ୍ତତନ୍ତ୍ର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Next Post

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ରସାବଳି ବଣ୍ଟନ

Wed Oct 4 , 2023
କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗର ମାନ୍ୟତା ମିଳିବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମହାପ୍ରଭୁଙ୍କୁ ସମର୍ପିତ ଦିବ୍ୟ ନୈବେଦ୍ୟ ରସାବଳି ପ୍ରସାଦକୁ ମନ୍ଦିର ବେଢାରେ ଓ ରଥଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରିଥିଲେ । ବଳଦେବସେନା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରାପଡା ରସାବଳି ପୁସ୍ତକର ଲେଖକ ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ […]

KANIKA