ବାଣ ବିଷ୍ପୋରଣରେ କାର ଭାଙ୍ଗି ଚୁରମାର, କାର ଚାଳକ ଗୁରୁତ୍ତର



କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତର ଖଣ୍ଡିଆ ବନ୍ଧ ଗ୍ରାମରେ ଭୟଙ୍କର ବାଣ ବିଷ୍ପୋରଣରେ ଏକ କାର ଜଳିଯାଇଥିବା ବେଳେ କାରଚାଳକ ଜଣଙ୍କ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଖଣ୍ଡିଆବନ୍ଧ(ଭରତପୁର) ଗ୍ରାମର ସନାତନ ସାମଲଙ୍କ ପୁଅ ଡାକ୍ତର ସୁଧିର କୁମାର ସାମଲ ଘରୁ ବାହାରି ନିଜ କାରରେ ଖଣ୍ଡିଆବନ୍ଧ ଗ୍ରାମ୍ୟ ରାସ୍ତାରେ କଟକ ଯାଉଥିବା ବେଳେ ଖଣ୍ଡିଆବନ୍ଧ ମଲିକସାହି ନିକଟରେ ରାସ୍ତା ଉପରେ ଜରି ଘୋଡାହୋଇ ଶୁଖାଯାଇଥିବା ବିଷ୍ପୋରକଦ୍ରବ୍ୟ ଉପରେ କାର ଚଢିଯିବାରୁ ହଠାତ ଭୟଙ୍କର ବିଷ୍ପୋରଣ ଘଟି ରାସ୍ତାରୁ ପ୍ରାୟ ୧୦ଫୁଟ ଉଚତାକୁ କାରଟି ଉଠିଯାଇ ପୁନର୍ବାର ତଳେ ପଡିଯାଇ ଭାଙ୍ଗି ଚୁରମାର ହୋଇଯାଇଥିଲା । ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେହି ବିଷ୍ପୋରଣରେ ନିକଟରେ ଥିବା କୋଠାଘର ଗୁଡିକ ଥରି ଉଠିବା ସହ ପ୍ରବଳ ଧୂଆଁରେ ରାସ୍ତାଟି ପୂର୍ଣ୍ଣ ହୋଇଯାଇଥିଲା । ହଠାତ କେହି କିଛି ବୁଝି ପାରିନଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତ୍ତର ହୋଇପଡିଥିବା ଡାକ୍ତର ସାମଲଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହୋଇପଡିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଡାକ୍ତର ସାମଲଙ୍କ ଛାତି, ମୁଣ୍ଡ ଓ ହାତରେ ଗୁରୁତ୍ତର ଆଘାତ ଲାଗିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାଇ ଖଣ୍ଡିଆବନ୍ଧ ମଳିକ ସାହିର ଜଣେ ବ୍ୟକ୍ତି ତାଙ୍କ ଘର ସମ୍ମୁଖ ରାସ୍ତାରେ ବିଷ୍ପୋରକଦ୍ରବ୍ୟ ସୁଖାଇଥିଲେ । ଡାକ୍ତର ସାମଲ ସେହି ରାସ୍ତାରେ କାର ଚଳାଇ ଯାଉଥିବା ବେଳେ କାର ଚକ ସେହି ବିଷ୍ପୋରକଦ୍ରବ୍ୟ ଉପରେ ଚଢି ଯିବାରୁ ଭୟଙ୍କର ବିଷ୍ପୋରଣ ହୋଇଥିଲା । ଯାହା ଫଳରେ କାରଟି ଭାଙ୍ଗି ଚୁରମାର ହୋଇଯିବା ସହ ସେହି ବିଷ୍ପୋରଣରେ ଆଖ ପାଖ ଅଞ୍ଚଳର କୋଠାଘର ମଧ୍ୟ ଦୋହଲି ଉଠିଥିଲା । ଡାକ୍ତର ସାମଲ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତରେ ବିନା ଲାଇସେନ୍ସରେ ବାରୁଦ ଆଣି ବାଣ ତିଆରି କରି ବ୍ୟବସାୟ କରୁଥିଲେ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଛି । ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ଏହି ବିଷ୍ପୋରଣ ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦର ଥାନା ପକ୍ଷରୁ ସୂଚନା ମିଳିଛି ।


Next Post

ଜିଲ୍ଲା ବୋଇତବନ୍ଦାଣ ସମିତିର ପ୍ରସ୍ତୁତି ବୈଠକ

Fri Oct 6 , 2023
କେନ୍ଦ୍ରାପଡ଼ା,୬ା୧୦: ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ଏକ ପ୍ରସ୍ତୁତି ବୈଠକ ଗରାପୁର ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ଭାବେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଉପସ୍ଥିତ ସଭ୍ୟ/ସଭ୍ୟାମାନେ ସବିଶେଷ ଆଲୋଚନା କରିଥିଲେ । ଆସନ୍ତା […]

KANIKA