କେନ୍ଦ୍ରାପଡ଼ା, ୮ା୧୦ : ଆଜି ପୂର୍ବାହ୍ନରେ ଗୁଲନଗର ହାଇସ୍କୁଲ ପରିସରରେ ରବିବାର ଦିନ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହାଲକ୍ଷ୍ମୀ ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବ ସରରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ପ୍ରାୟ ଏକ ଶହରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ଥିଲେ । ସମ୍ପାଦକ ଗଣେଶ୍ୱର ସାହୁ କମିଟିର ବିଭିନ୍ନ କାର୍ଯ୍ୟ ତଥା ତ୍ରିନାଥ ବଜାରର ଉନ୍ନତିକରଣ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ରାଜେନ୍ଦ୍ର ଦାସ ବିଗତ ବର୍ଷ ଓ ଏହି ବର୍ଷର ଆୟ/ବ୍ୟୟର ବିବରଣୀ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାଇ ସମସ୍ତ ପୂଜା ଓ ମେଲଣ କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ପୂଜା ଉପଲକ୍ଷେ ତିନିଦିନ ଧରି ସାସ୍କୃତିକ କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସଦସ୍ୟମାନେ ପୂଜା ଉପରେ ସେମାନଙ୍କର ନିଜନିଜ ମତାମତ ଦେଇଥିଲେ ଓ ସଭାପତି ସେମାଙ୍କୁ ପୂଜାର ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିଲେ । ଶେଷରେ ନିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦିପ୍ତ ସାହୁ, ଦେବାଶିଷ କୁବେର, ସଞ୍ଜିବ ଜେନା, ନଳିନି କାନ୍ତ ସାହୁ, ଜିତେନ୍ଦ୍ର ସାହୁ, ହରିନାୟାୟଣ ସେଠି, ହରିନାରାୟଣ ସାହୁ, ଜଗନ୍ନାଥ ସାହୁ, ମାଗୁଣି ବେହେରା, ଅଭୟ ଦାସ ପ୍ରମୁଖ ପରିଚାଳନା କରିଥିଲେ ।