ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା



କେନ୍ଦ୍ରାପଡା ୮/୧୦ – କେନ୍ଦ୍ରାପଡା ସହରସ୍ଥିତ ଭାରତୀ ବିଦ୍ୟା ମନ୍ଦିର ପରିସରରେ ପ୍ରଜ୍ଞାନ ମିଶନ ପକ୍ଷରୁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଭାରତୀୟ ସନାତନ ସଂସ୍କୃତି ସହିତ ପରିଚିତ କରିବା ଲକ୍ଷ୍ୟରେ ପ୍ରଜ୍ଞାମିଶନ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା ୪ଟି ସ୍ତରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବ୍ଲକରୁ ୧୨୪ଜଣ ପ୍ରତିଯୋଗୀ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାକୁ ଗ୍ରୁପ ଏରୁ ଆରଏସକେବି ମହାପାତ୍ର, ହରପ୍ରିୟା ଦାସ, ସତ୍ୟବ୍ରତ ନନ୍ଦ ଓ ଗ୍ରୁପ ବି ରୁ ହରେକୃଷ୍ଣ ପଣ୍ଡା, ଅକ୍ଷୟ କୁମାର ପତ୍ରୀ, ଭାଗବତ ପତ୍ରୀ, ଗ୍ରୁପ ସି ରୁ ରମେଶ ଚନ୍ଦ୍ର ସାହୁ , କୈଳାସ ଚନ୍ଦ୍ର କର, ବ୍ରଜ କିଶୋର ମିଶ୍ର ଓ ଗ୍ରୁପ ଡି ରୁ ସନ୍ତୋଷ କୁମାର ମିଶ୍ର , କୈଳାସ ଚନ୍ଦ୍ର କର, ବ୍ରଜ କିଶୋର ମିଶ୍ର ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ କୁଳମଣୀ ଦାସ, ଶ୍ରୀକାନ୍ତ ରାଉତ, ପ୍ରଶନ୍ନ ମଲ୍ଲ ପ୍ରମୁଖ ପ୍ରଜ୍ଞାନ ମିଶନ ପକ୍ଷରୁ ପରିଚାଳନା କରିଥିଲେ ।


Next Post

ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଗୁଲନଗର ମହାଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ

Mon Oct 9 , 2023
କେନ୍ଦ୍ରାପଡ଼ା, ୮ା୧୦ : ଆଜି ପୂର୍ବାହ୍ନରେ ଗୁଲନଗର ହାଇସ୍କୁଲ ପରିସରରେ ରବିବାର ଦିନ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହାଲକ୍ଷ୍ମୀ ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବ ସରରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ପ୍ରାୟ ଏକ ଶହରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ଥିଲେ । ସମ୍ପାଦକ ଗଣେଶ୍ୱର ସାହୁ କମିଟିର ବିଭିନ୍ନ କାର୍ଯ୍ୟ ତଥା ତ୍ରିନାଥ ବଜାରର ଉନ୍ନତିକରଣ ଓ […]

KANIKA