ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗା ପୂଜା ପାଳନ ପାଇଁ ଥାନାରେ ଶାନ୍ତି କମିଟି ବୈଠକ


ପାର୍ବଣ ଋତୁର ଆଗମନରେ ଶାରଦିଅ ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶନିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ସମସ୍ତ ସ୍ଥାନରେ କିପରି ଆଇନ ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ବେଳେ ସମସ୍ତ ପୂଜା ମଣ୍ଡପ ମୂଳକ କରାଯାଇଛି । ପୂର୍ବ ବର୍ଷ ପୂଜା ଉତ୍ସବରେ ଯେଉଁ ଭଳି ଭାବରେ ଜନଗହଳୀ ନିୟନ୍ତ୍ରଣ ହେଉଥିଲା ସେହିଭଳି ଭାବେ ଗାଡି ଚଳାଚଳ ଏବଂ ବଜାର ମଧ୍ୟକୁ ୪ ଚକିଆ ଓ ୨ ଚକିଆ ଯାନ ଚଳାଚଳ ନିଷେଦ୍ଧ କରାଯିବ ।

ସେହିପରି ଭଷାଣ ଉତ୍ସବକୁ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଡିଜେ ବାଜିବ ମାତ୍ର ଭାଇବେଟର ଲାଗାଯିବାନାହିଁ ବୋଲି ନିଷ୍ପତି ହୋଇଥିଲା । ତେବେ ଭଷାଣ ଦିନ ୧୧ଟା ଠାରୁ ରାତି ୧୦ଟା ମଧ୍ୟରେ ସମସ୍ତ ମେଢ ବିସର୍ଜନ ହେବ ବୋଲି ସ୍ଥିର ହୋଇଥିଲା । ଥାନା ଆଇଆଇସି ରଞିତ କୁମାର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଏସଡିପିଓ କ୍ଷମାସାଗର ପଣ୍ଡା, ପୌରାଧ୍ୟକ୍ଷ ହେମନ୍ତ ସାହୁ, ବିଡିଓ ଶୁଭ୍ରାଂଶୁ ସାହୁ, ଜନସ୍ୱାର୍ଥବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ଅନ୍ୟ ପୋଲିସ୍ ଅଧିକାରୀ ,ମେଡିକାଲ ଅଫିସର ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୟ କୁମାର ସାହୁ, ଗୋପୀନାଥ ତ୍ରିପାଠୀ,  ଖବରଦାତା ଅକ୍ଷୟ ସାହୁ, ଅନିଲ ଚୌଧୁରୀ, ପ୍ରବିର ନାୟକଙ୍କ ସମେତ ମେଢ କମିଟିର ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପଟ୍ଟାମୁଣ୍ଡାଇ ବଜାରରେ ବଙ୍ଗାଳି ଦୁର୍ଗା, କଚେରୀ ଦୁର୍ଗା, ପୋଖରୀଆପଡା ଦୁର୍ଗା ସମେତ ମହାବୀର, ଲକ୍ଷ୍ମୀନାରାୟଣ, ଗୃହଲକ୍ଷ୍ମୀ, ରାମ ଅଭିଷେକ, ମା’ ଶାରଳା, ନିତାଇ ଗୌର, ହରଗୌରୀ, ଲକ୍ଷ୍ମୀବରାହ, ମା’ ଗାୟତ୍ରୀ, ମା’ ସନ୍ତୋସୀ, ଦଶ ଅବତାର, ମା’ ଅନ୍ନପୂର୍ଣ୍ଣା, ହରିହର, ନୀଳମାଧବ, ସୂର୍ଯ୍ୟଦେବତା, ନୀଳକଣ୍ଠେଶ୍ୱର, କୃଷ୍ଣ ବଳରାମ, ହରପାର୍ବତୀ ପ୍ରଭୁତି ୨୪ଟି ମଣ୍ଡପରେ ମା’ ଦୁର୍ଗାଙ୍କ ସହିତ ଅନ୍ୟ ଦେବା ଦେବୀ ପୂଜା ପାଇବେ । ଅନ୍ୟପକ୍ଷରେ ପୂଜା ଉତ୍ସବକୁ ମଦବିହୀନ କରିବା ସହିତ ବଜାର ଭିତରୁ ଗାଇଗୋରୁ ହଟାଇବା, ଇକୋ ଟଏଲେଟ କାର୍ଯ୍ୟକ୍ଷମ କରିବା, ଫାଷ୍ଟ୍ ଏଡ୍ ସୁବିଧା ରଖିବା ପାଇଁ ବିଭାଗିୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା ।

ସେହିପରି ଆଇନ ଶୃଙ୍ଖଳା ସହିତ ବିଭିନ୍ନ ଛକରେ ଅସ୍ଥାୟୀ ପୋଲିସ୍ କ୍ୟାମ୍ପ କରାଯିବା ସହିତ ପୋଲିସ୍ ସମଗ୍ର ପୂଜା ଉତ୍ସବ ଉପରେ କଡା ନଜର ରଖିବାକୁ ନିବେଦନ କରାଯାଇଛି । ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବାକୁ ଆଲୋଚନା ହୋଇଥିଲା । ଶେଷରେ ସାଇବର ସଚେତନତା ଉପରେ ଆଇଆଇସି ମହାନ୍ତି ନିଜର ବକ୍ତବ୍ୟ ରଖିବା ସହିତ ଏସଡିପିଓ ପଣ୍ଡାଙ୍କ ନେତୃତ୍ୱରେ ପୌରାଧ୍ୟକ୍ଷ ସାହୁ, ବିଡିଓ ଶୁଭ୍ରାଂଶୁ ସାହୁ, ଜନସ୍ୱାର୍ଥବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ଅନ୍ୟ ପୋଲିସ୍ ଅଧିକାରୀ ସମେତ ମେଢ କମିଟିର କର୍ମକର୍ତା ମାନେ ସାଇବର ସଚେତନତା ନିମନ୍ତେ ବଜାର ପରିକ୍ରମା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading