କେନ୍ଦ୍ରାପଡ଼ା ସୈନିକ ସଂଘ ତରପରୁ ସିକିମରେ ସହୀଦ ହୋଇଥିବା ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ାର ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଶୁକ୍ରବାର କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସିକିମ ରେ ପ୍ରାକୃତିକ ଦୁର୍ବିର୍ପାକରେ ସହୀଦ ହୋଇଥିବା ସହୀଦ ମାନଙ୍କୁ ଦୀପଦାନ ତଥା ପୁଷ୍ପମାଲ୍ୟ ଦିଆଯାଇଥିଲା । ତତ୍ ସହିତ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଦିବସରେ ବହୁତ ସଂଖ୍ୟକ ପୂର୍ବତନ ସୈନିକ ଭାଇମାନେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, ମହେଶ୍ୱର କର, ସ, ୱାରେଣ୍ଟ ମାଷ୍ଟ୍ର ଅଫିସର ଶତ୍ରୁଘନ ଓଝା , କ୍ୟାପଟେନ ଅଭୟ କୁମାର ଲେଙ୍କା, ଅକ୍ଷୟ କୁମାର ସାହୁ, ସୁଶାନ୍ତ ସ୍ୱାଇଁ, ହୃଷିକେଶ ସୁତାର, ପ୍ରଫୁଲ୍ଲ ଉପଧ୍ୟାୟ, ପ୍ରଦୀପ କୁମାର କଣ୍ଠ, ଆଲୋକ ମହାନ୍ତି, ସମାଜ ସେବି ରଂଜିତ ସିଂ ତପନ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଭାପତି ସହୀଦ ମାନଙ୍କର ଗାଥା ବଖାଣି ଥିଲେ ।


Discover more from

Subscribe now to keep reading and get access to the full archive.

Continue reading