
କେନ୍ଦ୍ରାପଡ଼ାର ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଶୁକ୍ରବାର କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସିକିମ ରେ ପ୍ରାକୃତିକ ଦୁର୍ବିର୍ପାକରେ ସହୀଦ ହୋଇଥିବା ସହୀଦ ମାନଙ୍କୁ ଦୀପଦାନ ତଥା ପୁଷ୍ପମାଲ୍ୟ ଦିଆଯାଇଥିଲା । ତତ୍ ସହିତ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଦିବସରେ ବହୁତ ସଂଖ୍ୟକ ପୂର୍ବତନ ସୈନିକ ଭାଇମାନେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, ମହେଶ୍ୱର କର, ସ, ୱାରେଣ୍ଟ ମାଷ୍ଟ୍ର ଅଫିସର ଶତ୍ରୁଘନ ଓଝା , କ୍ୟାପଟେନ ଅଭୟ କୁମାର ଲେଙ୍କା, ଅକ୍ଷୟ କୁମାର ସାହୁ, ସୁଶାନ୍ତ ସ୍ୱାଇଁ, ହୃଷିକେଶ ସୁତାର, ପ୍ରଫୁଲ୍ଲ ଉପଧ୍ୟାୟ, ପ୍ରଦୀପ କୁମାର କଣ୍ଠ, ଆଲୋକ ମହାନ୍ତି, ସମାଜ ସେବି ରଂଜିତ ସିଂ ତପନ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଭାପତି ସହୀଦ ମାନଙ୍କର ଗାଥା ବଖାଣି ଥିଲେ ।











