
ସମ୍ପ୍ରତି ସାଇବର ଅପରାଧ ସରକାର ଓ ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ବହୁ ନିରୀହ ସାଧାରଣଲୋକମାନେ ସାଇବର ଠକେଇର ଶିକାର ହେବା ଦେଖାଯାଉଛି । ସାଇବର ଅପରାଧ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ଜନସଚେତନତା ପାଇଁ ସାଇବର ରଥ ପରିକ୍ରମା କାର୍ଯ୍ୟକ୍ରମ କରାଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବା ପାଇଁ ପଟ୍ଟାମୁଣ୍ଡାଇ ଥାନା ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଚ୍ଛି । ପଟ୍ଟାମୁଣ୍ଡାଇ ଏସ ଡି ପି ଓ କ୍ଷମା ସାଗର ପଣ୍ଡା ଓ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି, ମାନ୍ୟଗଣ୍ୟବ୍ୟକ୍ତିଙ୍କୁ ନେଇ ଆଜି ସନ୍ଧ୍ୟାରେ ଏକ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ସାଇବର ଅପରାଧ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିଥିଲେ । ଏହି ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ, ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ନଗର ଯୁବବିଜେଡି ସଭାପତି ମନୋଜ ନାୟକ, ଶିକ୍ଷକନେତା ବିଜୟ ସାହୁ,ରାଧାମୋହନ ଦାଶ, ସରୋଜ ପାଢ଼ୀ, ବିଜୟ ଦାସ, ନୃସିଂହ ସେଠୀ, ରବୀନ୍ଦ୍ର ସାହୁ, ରମେଶ ଦେ, ମିଟୁ ପଣ୍ଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇ ସାଇବର ଅପରାଧ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ ।











