ରଣ୍‌ଜି ଟ୍ରଫି ୧୯ବର୍ଷ କମ୍ କ୍ୟାମ୍ପରେ ଜିଲ୍ଲାରୁ ୩ ଖେଳାଳି



କେନ୍ଦ୍ରାପଡ଼ା, ୧୫ା୧୦: ଚଳିତବର୍ଷ ଓଡିଶା ତରଫରୁ ୧୯ ବର୍ଷ କମ୍ ରଣ୍‌ଜି ଟ୍ରଫି କ୍ରିକେଟ୍ ଚୟନ କ୍ୟାମ୍ପରେ ରାଜ୍ୟରୁ ୩୦ଜଣ ଖେଳାଳି ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ଓଡିଶା ପାଇଁ ୧୬ଜଣଙ୍କୁ ରଣ୍‌ଜି ଟ୍ରଫି ପାଇଁ ଚୟନ କରାଯିବ । କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ କ୍ରିକେଟ୍ ଖେଳାଳି ଅମନ ଦାସ(ୱିକେଟ୍ କିପର୍‌), ଅନୁରାଗ ମଲ୍ଲିକ(ୱିକେଟ୍ କିପର୍‌), କୁବେର ସାହୁ ଏହି କ୍ୟାମ୍ପରେ ଯୋଗଦେବା ପାଇଁ ଓଡିଶା କ୍ରିକେଟ୍ ଆସୋସିଏସନ ମନୋନୀତ କରିଛି । ଆଜି ଏହି ଖେଳାଳିମାନେ କଟକ ଓ.ସି.ଏ କ୍ୟାମ୍ପରେ ଯୋଗ ଦେଇଥିବା ଜଣାପଡିଛି ।


Discover more from

Subscribe now to keep reading and get access to the full archive.

Continue reading