ସାତଭାୟାବାସୀଙ୍କୁ ବିଜୁ ପକ୍କାଘର ସଂପୂର୍ଣ୍ଣ କରିଥିବା ପରିବାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଥଇଥାନସ୍ଥଳୀରେ ବିଜୁ ପକ୍କାଘର ନିର୍ମାଣ କରିଥିବା ୩୦ ପରିବାରଙ୍କୁ ୫୪ହଜାର୩୪୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯାଇଛି । ଘର କରିପାରିନଥିବା ୧୬୯ ପରିବାରଙ୍କୁ ୨୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ସାତଭାୟା ସରଂପଚ ପ୍ରସନ୍ନ ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧୃବ ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ସାତଭାୟା ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗାଇ ଦେଇଥିବା ଅର୍ଥରାଶିକୁ ବଂଟନ କରିଥିଲେ । ସାତଭାୟାବାସୀଙ୍କୁ ପ୍ରଥମ ଅବସ୍ଥାରେ ୫୭୧ ପରିବାରକୁ ସ୍ୱତନ୍ତ୍ର ବିଜୁ ପକ୍କାଘର ରାଜ୍ୟ ସରକାର ଯୋଗାଇ ଦେଇଥିଲେ । ସେହି ସମୟରେ ବିଜୁ ପକ୍କାଘର ୭୦ହଜାର ଟଙ୍କା ଥିଲା । ୩୪୨ ପରିବାର ଘର ସଂପୂର୍ଣ୍ଣ କରି ସାରିଥିବାରୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଯେଉଁମାନେ ଘର ସଂପୂର୍ଣ୍ଣ କରି ପାରିନଥିଲେ , ସେମାନେ ପ୍ରୋତ୍ସାହନ ରାଶି ପାଇନଥିଲେ । ଏବେ ୩୦ପରିବାର ଘର ସଂପୂର୍ଣ୍ଣ କରିଥିବାରୁ ୫୪ହଜାର ୩୪୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ବିଧାୟକ ଶ୍ରୀ ସାହୁଙ୍କ ସହ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଡିଓ ନିଶାନ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଖୁକୁମୀନା କୁଅଁର, ପଚାଂୟତ ସମିତି ଉପାଧ୍ୟକ୍ଷ ଗଣେଷଚନ୍ଦ୍ର ଗୁଡିଆ, ସମିତି ସଭ୍ୟ କୈାଶିକ ବେହେରା, ସରଂପଚ ନିରଂଜନ ରାଉତ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅରୁଣକୁମାର ସାହୁ, ପ୍ରଦୀପ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତିରଂଜନ ସାମଲ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଓ ‘ଉତ୍ସାହ’

Mon Oct 16 , 2023
କେନ୍ଦ୍ରାପଡ଼ା, ୧୫ା୧୦: ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ଓ ‘ଉତ୍ସାହ’- ୨୦୨୩ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପଲ୍ଲିଶ୍ରୀ ମହିଳା ସମିତି ଓ ରେସ୍ୱା ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ […]

KANIKA