
ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଉପଲକ୍ଷେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ସିଂହଦ୍ୱାରା ସମ୍ମୁଖରେ ୭୮ଟି ଦୀପ ଦାନ କରାଯାଇଥିଲା । କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଧିରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ବିଜେଡି ସାଂଗଠନିକ ସମ୍ପାଦକ ରଞ୍ଜିତ କୁମାର ସାହୁ, ନଗର ସଭାପତି ଯଯାତିକେଶରୀ ମହାନ୍ତି, ଛାତ୍ର ସଭାପତି ପ୍ରଦିପ ସାହୁ, କାଉନସିଲର ନିରାକାର ସ୍ୱାଇଁ, ଉମେଶ ଚନ୍ଦ୍ର ନାୟକ, ବିଜୟ ପତି, ରେବତୀରମଣ ଦାସ, ରାଜେଶ ପଣ୍ଡା, ଜ୍ୟୋତିର୍ମୟୀ ମହାପାତ୍ର, ସ୍ୱପ୍ନାରାଣୀ ସିଂ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଏଥିସହିତ ଇନ୍ଦୁପୁର ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିବା ବେଳେ ତରାପୁର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।











