ରାସନକାର୍ଡର ଖାଉଟି ସାମଗ୍ରୀ ହଡପକାରୀ ଡିଲର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର


କେନ୍ଦ୍ରାପଡ଼ା, ୧୬ା୧୦: ରାସନକାର୍ଡର ଖାଉଟି ସାମଗ୍ରୀକୁ ହଡପ କରିନେଇଥିବା ଖାଉଟି ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତର ଖାଉଟି ସାମଗ୍ରୀ ବିତରକ ପିତାମ୍ବର ବେହେରା ଗତ ୨୦୨୨ମସିହାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଗଣା ଖାଉଟି ସାମଗ୍ରୀ ଏଯାବତ ରାସନକାର୍ଡଧାରୀମାନଙ୍କୁ ପ୍ରଦାନ କରି ନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଦଶିପୁର ଗ୍ରାମପଞ୍ଚାୟତର ଖାଉଟିକାର୍ଡଧାରୀମାନେ ବାରମ୍ବାର ଆଳି ବ୍ଲକର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ବିଡିଓ ସେହି ଅଭିଯୋଗର କୈାଣସି ସମାଧାନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ତଦନ୍ତ ପୂର୍ବକ ଖାଉଟିମାନଙ୍କୁ ସେମାନଙ୍କ ଖାଉଟି ସାମଗ୍ରୀ ତୁରନ୍ତ ପ୍ରଦାନ କରିବା ସହିତ ଖାଉଟି ସାମଗ୍ରୀକୁ ଆତ୍ମସାତ କରିଥିବା ଖାଉଟି ଡିଲରଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଶିପୁର ପଞ୍ଚାୟତର ଖାଉଟିକାର୍ଡଧାରୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ, ଅମୂଲ୍ୟ ମଳିକ, ବୁଲାକର ମଲିକ, ରମେଶ ମଲିକ, ଅକ୍ଷୟ ମଲିକ, ପୁଷ୍ପକ ମଲିକ, ରମେଶ ସାହୁ, ଶ୍ରୀନିବାସ ପରିଡା, ଚିତ୍ତ ମହାନ୍ତି, ଜୟଦେବ ବରଜ, ମୋହନ ସାହୁ, ରବିନ୍ଦ୍ର ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


Next Post

ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ପରେ ଜମି ଚିହ୍ନଟ ପାଇଁ ପୈାରସଂସ୍ଥା ସମ୍ମୁଖରେ ମହିଳାଙ୍କ ଧାରଣା

Mon Oct 16 , 2023
କେନ୍ଦ୍ରାପଡ଼ା, ୧୬ା୧୦: ଭୂମିହୀନମାନଙ୍କୁ ୭ବର୍ଷ ତଳେ ଜମି ପଟ୍ଟା ଯୋଗାଇ ଦିଆ ଯାଇଥିଲେବି ଅଦ୍ୟାବଧି ଜମି ଚିହ୍ନଟ ଦିଆନଯିବାରୁ ସେମାନେ ଆବାସ ଯୋଜନାରେ ଗୃହ ନିର୍ମାଣ କରିପାରୁନଥିବାରୁ ଆଜି କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଶ୍ୟାମଗୁଡିଆ ଗ୍ରାମର ୧ନମ୍ବର ୱାର୍ଡର ୧୪ଟି ଭୂମିହୀନ ପରିବାରକୁ ଗତ ୨୦୧୭ମସିହାରେ ଭୁମିହୀନ ପଟ୍ଟା ପ୍ରଦାନ କରାଯିବା ସହ […]

KANIKA