କେନ୍ଦ୍ରାପଡ଼ା, ୧୬ା୧୦: ଭୂମିହୀନମାନଙ୍କୁ ୭ବର୍ଷ ତଳେ ଜମି ପଟ୍ଟା ଯୋଗାଇ ଦିଆ ଯାଇଥିଲେବି ଅଦ୍ୟାବଧି ଜମି ଚିହ୍ନଟ ଦିଆନଯିବାରୁ ସେମାନେ ଆବାସ ଯୋଜନାରେ ଗୃହ ନିର୍ମାଣ କରିପାରୁନଥିବାରୁ ଆଜି କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଶ୍ୟାମଗୁଡିଆ ଗ୍ରାମର ୧ନମ୍ବର ୱାର୍ଡର ୧୪ଟି ଭୂମିହୀନ ପରିବାରକୁ ଗତ ୨୦୧୭ମସିହାରେ ଭୁମିହୀନ ପଟ୍ଟା ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ଅଦ୍ୟାବଧି ସେହି ୧୪ଟି ପରିବାରକୁ ପ୍ରଦାନ କରାଯାଇଥିବା ଭୂମିହୀନ ପଟ୍ଟା ଅନୁଯାୟୀ ୭ବର୍ଷ ଧରି ଜମି ଚିହ୍ନଟ ଦିଆଯାଉନଥିବାରୁ ସେମାନେ ଗୃହ ନିର୍ମାଣ କରିପାରୁ ନାହାନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ୭ବର୍ଷ ଧରି ପୈାରସଂସ୍ଥା ନିର୍ବାହୀ ଅଧିକାରୀ, କେନ୍ଦ୍ରାପଡା ତହସିଲଦାର, ପୈାରାଧ୍ୟକ୍ଷା, ଜିଲ୍ଲାପାଳ ଓ କେନ୍ଦ୍ରାପଡା ବିଧାୟକଙ୍କୁ ୫୦ରୁ ଉର୍ଦ୍ଧ୍ୱ ଥର ଭେଟି ଅଭିଯୋଗ କରିଥିଲେବି ସେମାନଙ୍କ ସମସ୍ୟାର କୈାଣସି ସମାଧାନ କରାଯାଇନାହିଁ । ଯଦି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ ତେବେ ସେମାନେ ବାଧ୍ୟ ହୋଇ ନ୍ୟାୟ ପାଇଁ ନବୀନ ନିବାସରେ ପହଞ୍ଚିବେ ବୋଲି ପୈାରପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଭୂମିହୀନ ମହିଳାମାନଙ୍କ ମଧ୍ୟରେ ଗିତାଞ୍ଜଳି ପାତ୍ର, ଶାନ୍ତିଲତା ବେହେରା, ଲକ୍ଷ୍ମୀ ବେହେରା, ସନ୍ଧ୍ୟାରାଣୀ ବେହେରା, ମିନତୀ ବେହେରା, ନଳିନୀ ପାତ୍ର, ମମତା ବେହେରା, ମାମାଲି ଦାସ, ରଶ୍ମିତା ଦାସ, ରଞ୍ଜୁଲତା ଦାସ, ସବିତା ଦାସ, ଅଜୟ ମହାନ୍ତି, ସରସ୍ୱତୀ ସେଠୀ ଓ ମାନିନୀ ମହାରଣା ପ୍ରମୁଖ ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ସହ ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
kanikanews.in
Next Post
ନବୀନଙ୍କ ଜନ୍ମଦିନରେ ବିଜେଡି ପକ୍ଷରୁ ମନ୍ଦିରରେ ସମୂହ ଦୀପଦାନ
Mon Oct 16 , 2023
ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇ ପୂଜାର୍ଚନା ଓ ସମୂହ ଦୀପଦାନ କରାଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଶୈବ ପୀଠ ହରପାର୍ବତୀ ମନ୍ଦିରରେ […]

You May Like
- 6 months ago
ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
- 2 years ago
ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୂଜା ମଣ୍ଡପ ଉଦଘାଟିତ
- 2 years ago
ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ
- 8 months ago
ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନାଚକ୍ର