ଶ୍ରୀବଳଦେବଜୀଉ ମଣ୍ଡଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା ବ୍ଲକ ଅଧିନ ଶ୍ରୀବଳଦେବଜୀଉ ମଣ୍ଡଳ (ଜୋନ -୮)ର କପାଳେଶ୍ୱର ଓ ବଗଡ଼ା ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରାପୁର ହନୁମାନ ମନ୍ଦିର ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ କପାଳେଶ୍ୱର ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି କପାଳେଶ୍ୱର ବୁଢ଼ୀ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଉମାକାନ୍ତ ବେହେରା, ସାଧାରଣ ସମ୍ପାଦକ ବଳରାମ ବେହେରା, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ପ୍ରଧାନ, ହରେକୃଷ୍ଣ ରାୟ, ଧନଞ୍ଜୟ କର, ସଞ୍ଜୟ ପାତ୍ର, ଶିବ ଚରଣ ସାହୁ, ରବିବାର ନାରାୟଣ ସାହୁ, ଗୋପୀନାଥ ସାହୁ, ପ୍ରଦୀପ ନାୟକ,ରାଜେନ୍ଦ୍ର ପାତ୍ର,ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ବନ୍ଦନାରାଣୀ ରାଉତରାୟ, ନିହାର ରଞ୍ଜନ ମହାନ୍ତି, ପ୍ରଦୀପ ବାରିକ,ଗୌରୀ ଶଙ୍କର ଦାସ, ଟୁବୁଲା ଦାସ, ଧରଣୀ ଧରି ଦାସ, ଉମାକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ଘରକୁ ଘର ବୁଲି ଦିଲ୍ଲୀର କର୍ତ୍ତବ୍ୟ ପଥରେ ବୀର ସହିଦ ମାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ପାଇଁ ପବିତ୍ର ମାଟି ସଂଗ୍ରହ କରିଥିଲେ । ଶୋଭାଯାତ୍ରା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଗ୍ରାମର ମହିଳା ମାନେ ବହୁତ ଆଗ୍ରହର ସହ ପବିତ୍ର ମାଟି ଦାନ କରିଥିଲେ ।


Next Post

ସରକାରୀ ଚାକିରୀର ମାନ୍ୟତା ପଦୋନ୍ନତି ଓ ପେନସନ ଦାବିରେ ଆଶାକର୍ମୀଙ୍କ ସମ୍ମିଳନୀ

Thu Oct 19 , 2023
କେନ୍ଦ୍ରାପଡ଼ା, ୧୯ା୧୦ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ(ଏ.ଆଇ.ଟି.ୟୁ.ସି.)ଇନ୍ଦୁପୁର ସିଏଚସି କମିଟିର ଏକ ସମ୍ମିଳନୀ କେନ୍ଦ୍ରାପଡା ସହର ନିକଟସ୍ଥ କପାଳେଶ୍ୱର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସିଏଚସି ସଭାପତି ସାଥି ସରସ୍ୱତୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶହୀଦମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ମିଳନୀକୁ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ବର୍ତ୍ତମାନ […]

KANIKA