ଶ୍ରୀବଳଦେବଜୀଉ ମଣ୍ଡଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା ବ୍ଲକ ଅଧିନ ଶ୍ରୀବଳଦେବଜୀଉ ମଣ୍ଡଳ (ଜୋନ -୮)ର କପାଳେଶ୍ୱର ଓ ବଗଡ଼ା ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରାପୁର ହନୁମାନ ମନ୍ଦିର ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ କପାଳେଶ୍ୱର ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି କପାଳେଶ୍ୱର ବୁଢ଼ୀ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଉମାକାନ୍ତ ବେହେରା, ସାଧାରଣ ସମ୍ପାଦକ ବଳରାମ ବେହେରା, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ପ୍ରଧାନ, ହରେକୃଷ୍ଣ ରାୟ, ଧନଞ୍ଜୟ କର, ସଞ୍ଜୟ ପାତ୍ର, ଶିବ ଚରଣ ସାହୁ, ରବିବାର ନାରାୟଣ ସାହୁ, ଗୋପୀନାଥ ସାହୁ, ପ୍ରଦୀପ ନାୟକ,ରାଜେନ୍ଦ୍ର ପାତ୍ର,ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ବନ୍ଦନାରାଣୀ ରାଉତରାୟ, ନିହାର ରଞ୍ଜନ ମହାନ୍ତି, ପ୍ରଦୀପ ବାରିକ,ଗୌରୀ ଶଙ୍କର ଦାସ, ଟୁବୁଲା ଦାସ, ଧରଣୀ ଧରି ଦାସ, ଉମାକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ଘରକୁ ଘର ବୁଲି ଦିଲ୍ଲୀର କର୍ତ୍ତବ୍ୟ ପଥରେ ବୀର ସହିଦ ମାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ପାଇଁ ପବିତ୍ର ମାଟି ସଂଗ୍ରହ କରିଥିଲେ । ଶୋଭାଯାତ୍ରା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଗ୍ରାମର ମହିଳା ମାନେ ବହୁତ ଆଗ୍ରହର ସହ ପବିତ୍ର ମାଟି ଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading