ବିରି ବୁଣିବାକୁ ଯାଇ ଚାଷୀ ନିଖୋଜ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର ଭେଡାକୁ ବିରି ବୁଣି ବାକୁ ଯାଇ ଜଣେ କୃଷକ ନିଖୋଜ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚହଳ ପକାଇଚି । ନିଖୋଜ ଚାଷୀ ଜଣଙ୍କ ହେଉଛନ୍ତି ଅଣ୍ଢରା ଗ୍ରାମର ଗଣେଶ ଚନ୍ଦ୍ର ମଲ୍ଲିକ (୭୨) ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ ଥିବା ଭେଡାକୁ ବିରି ବୁଣି ବାକୁ ଯାଇ ଥିଲେ । ମଧ୍ୟାର୍ହ୍ନ ସୁଦ୍ଧା ଗଣେଶ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀ ଖୋଜିଖୋଜି କରିଥିଲେ ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ପରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମୋଟର ବୋଟ ସାହାଯ୍ୟରେ ଗୁଡ଼ିଆ ଜୋରରେ ଖୋଜାଖୋଜି କରି ଥିଲେ ମଧ୍ୟ ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ଏହି ଅଂଚଳରେ ଲାମ୍ବାଲମ୍ବା ବେଣାଖରୀ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ଚାଷୀ ଗଣେଶଙ୍କୁ ଖୋଜି ପାଇବା କଷ୍ଠକର ହେଉଥିବା ବେଳେ ବିଷଧର ସର୍ପଙ୍କର ପ୍ରଦୃଭାବ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ଘୋର ଅସୁବିଧା ଦେଖାଦେଇଛି ବୋଲି ଗ୍ରାମବାସୀ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗୁଡ଼ିଆ ଜୋରରେ ପୋଲ ନ ଥିବାରୁ ଚାଷୀ ମାନେ ପ୍ରାୟତଃ ଦୈନିକ ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଇଲେକ୍ଟ୍ରି ଖୁଂଟ ସାହାଯ୍ୟରେ ଚାଷ କାର୍ଯ୍ୟ ପାଇଁ ଯାଇଥାନ୍ତି । ଚାଷୀ ନିଖୋଜ ଘଟଣା ଯୋଗୁ ସମଗ୍ର ଧୋୟାଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

Fri Oct 20 , 2023
ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିପିଓ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ […]

KANIKA