
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମାନସ ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ସ୍ବେଛାସେବୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମାନସ ବିକାଶ ମଞ୍ଚ ସଭାପତି ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କଷଣଅଣ୍ଟା ହାଇସ୍କୁଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟଅତିଥି, ବରିଷ୍ଠ ଖବରଦାତା ଅକ୍ଷୟ କୁମାର ସାହୁ ମୁଖ୍ୟବକ୍ତା ଓ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାଶିଷ୍ଟ ବିକ୍ରମାଦିତ୍ୟ ଦାଶ, ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କଶେଖର ବିଶ୍ୱାଳ, ତରଡ଼ିପାଳ ସମିତିସଭ୍ୟ ନିରଞ୍ଜନ ବାରିକ,ସମାଜସେବୀ ନରେନ୍ଦ୍ର ଧଳ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ମାନସ ବିକାଶ ମଞ୍ଚର ସେବା ମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଯୁବଛାତ୍ରଙ୍କ ମଧ୍ୟରେ ତ୍ୟାଗ ଓ ସେବା ମନୋବୃତି ବଜାୟ ରହିଲେ ସାମାଜିକପରିବର୍ତନ ଆସିପାରିବ ବୋଲି ମତପ୍ରକାଶ କରିଥିଲେ । ଏହି ସମାରୋହରେ ଦୁଇ ଶହରୁ ଉର୍ଦ୍ଧ ସ୍ବେଛାସେବୀଙ୍କୁ ମାନପତ୍ର ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିଥିଲେ । ବିକାଶମଞ୍ଚ ସମ୍ପାଦକ ସଂଜୀବ ମଲ୍ଲିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବ୍ରାହ୍ମଣୀ କଲେଜ ରେଡକ୍ରସ ଅଧିକାରୀ ଅଧ୍ୟାପକ ଶୁଭେନ୍ଦୁ ବେଉରିଆ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଏନ ଏସ ଏସ ଅଧିକାରୀ ଅଧ୍ୟାପକ ନଟବର ସୂତାର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଧୀର ବିଶ୍ୱାଳ, କମଳାକାନ୍ତ ରାଉତ, ଗୁଣମଣି ବିଶ୍ୱାଳ, ସୌଭାଗ୍ୟ ରାଉତ,ଭାଗିରଥି ବିଶ୍ୱାଳ,ଜଗନ୍ନାଥ ଛୋଟରାୟ, ନିର୍ମଳ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ପ୍ରକାଶ ଥାଉ କିନିକଟରେ ମାନସ ବିକାଶ ମଞ୍ଚ ପକ୍ଷରୁ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଓଡିଶାର ପ୍ରସିଦ୍ଧ ଡାକ୍ତରମାନଙ୍କୁ ନେଇ ଆୟୋଜନ କରାଯାଇ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।ଏହି ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସଫଳ କରିବାରେ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଏନ ଏସ ଏସ, ରେଡକ୍ରସ ଓ ସ୍ଥାନୀୟ ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ସ୍ବେଛାସେବୀମାନଙ୍କୁ ସମାଜସେବା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଆଜି ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ସ୍ବେଛାସେବୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା ।











