ଡେଙ୍ଗୁ ରୋଗୀଙ୍କ ପାଇଁ ଘାତକ କୋଭିଡ୍ ଆଣ୍ଟିବଡିଜ


ଭୁବନେଶ୍ବର-କୋଭିଡ୍‌-୧୯ ମହାମାରୀ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ଉପରେ ପଡିପାରେ ଗମ୍ଭୀର ପ୍ରଭାବ । ସରକାରଙ୍କ ଟ୍ରାନ୍ସନେସନାଲ ହେଲଥ୍ ସାଇନ୍ସ ଆଣ୍ଡ ଟେକନୋଲଜି ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି । କୋଭିଡ୍ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ରୋଗ ଭାଇରସ ସିରୋଟାଇପ ସହ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି । ଯାହାକୁ ସମ୍ଭାବିତ ଡେଙ୍ଗୁ ସଂକ୍ରମଣକୁ ବୃଦ୍ଧି କରୁଥିବା ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତ ପ୍ରଥମଥର କରି ୧୯୯୬ରେ ଚିହ୍ନଟ ହେବା ପରେ ୨୦୦୨ ସୁ୍‌ଦଧା ଏହା ୧୩୧୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଦେଶରେ ୩୦୩ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦର୍ଶାଉଛି । ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ କୋଭିଡ୍ ବିରୋଧରେ ଶରୀରରେ ସୃଷ୍ଟି ହୋଇଥିବା ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ସୃଷ୍ଟି କରୁଥିବା ଭାଇରସ ସିରୋଟାଇପ୍ ଡିଇଏନ୍‌ଭି-୨ ସହ ମିଶି ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଡେଙ୍ଗୁ ରୋଗୀଙ୍କ ଠାରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ ଡେଙ୍ଗୁ ଭୂତାଣରେ ଅନେକ ପରିବର୍ତ୍ତନ ଘଟିଛି । ବିଭିନ୍ନ ସ୍ଥିତି ଦେଇ ଯିବା ସହ ଏହି ଭୂତାଣୁ ନୂଆ ଭାରିଆଣ୍ଟ ଆସିଛି । ପୂର୍ବରୁ ଡିଇଏନ୍‌ଭି୪ ଭାରିଆଣ୍ଟ କମ ସଂକ୍ରାମକ ଥିଲା କିନ୍ତୁ ଏବେ ଦକ୍ଷିଣ ଭାରତରେ ଏହି ଡେଙ୍ଗୁ ଭୂତାଣୁର ଏହି ଭାରିଆଣ୍ଟ ଘାତକ ସାଜିଛି


Next Post

ବିଜେପିର ବିଶାଳ ସମାବେଶ ; ଯୋଗଦେଲେ ମନମୋହନ

Sat Oct 21 , 2023
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଆଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୂଜ୍ୟପୂଜା ବିଶାଳ ଯୁବ ସମାବେଶ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରାଜକନିକା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡାର ରାଜକନିକା ମାଟି ଲଢୁଆ ମାଟି । ଏ ମାଟି ବାସୁବିସୁନୀ ଭଳି ଯୋଦ୍ଧାଙ୍କୁ ଜନ୍ମ ଦେଇଛି ।ଯେତେବେଳେ ଓଡିଶାରେ […]

KANIKA