ଡେଙ୍ଗୁ ରୋଗୀଙ୍କ ପାଇଁ ଘାତକ କୋଭିଡ୍ ଆଣ୍ଟିବଡିଜ


ଭୁବନେଶ୍ବର-କୋଭିଡ୍‌-୧୯ ମହାମାରୀ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ଉପରେ ପଡିପାରେ ଗମ୍ଭୀର ପ୍ରଭାବ । ସରକାରଙ୍କ ଟ୍ରାନ୍ସନେସନାଲ ହେଲଥ୍ ସାଇନ୍ସ ଆଣ୍ଡ ଟେକନୋଲଜି ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି । କୋଭିଡ୍ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ରୋଗ ଭାଇରସ ସିରୋଟାଇପ ସହ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି । ଯାହାକୁ ସମ୍ଭାବିତ ଡେଙ୍ଗୁ ସଂକ୍ରମଣକୁ ବୃଦ୍ଧି କରୁଥିବା ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତ ପ୍ରଥମଥର କରି ୧୯୯୬ରେ ଚିହ୍ନଟ ହେବା ପରେ ୨୦୦୨ ସୁ୍‌ଦଧା ଏହା ୧୩୧୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଦେଶରେ ୩୦୩ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦର୍ଶାଉଛି । ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ କୋଭିଡ୍ ବିରୋଧରେ ଶରୀରରେ ସୃଷ୍ଟି ହୋଇଥିବା ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ସୃଷ୍ଟି କରୁଥିବା ଭାଇରସ ସିରୋଟାଇପ୍ ଡିଇଏନ୍‌ଭି-୨ ସହ ମିଶି ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଡେଙ୍ଗୁ ରୋଗୀଙ୍କ ଠାରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ ଡେଙ୍ଗୁ ଭୂତାଣରେ ଅନେକ ପରିବର୍ତ୍ତନ ଘଟିଛି । ବିଭିନ୍ନ ସ୍ଥିତି ଦେଇ ଯିବା ସହ ଏହି ଭୂତାଣୁ ନୂଆ ଭାରିଆଣ୍ଟ ଆସିଛି । ପୂର୍ବରୁ ଡିଇଏନ୍‌ଭି୪ ଭାରିଆଣ୍ଟ କମ ସଂକ୍ରାମକ ଥିଲା କିନ୍ତୁ ଏବେ ଦକ୍ଷିଣ ଭାରତରେ ଏହି ଡେଙ୍ଗୁ ଭୂତାଣୁର ଏହି ଭାରିଆଣ୍ଟ ଘାତକ ସାଜିଛି


Discover more from

Subscribe now to keep reading and get access to the full archive.

Continue reading