ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ,ପୀଠରେ ମହାଷ୍ଟମୀ ପୂଜା


ଦଶହରାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳ ଚଳଚଂଚଳ । ସବୁ ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା ଚାଲିଛି । ଚଳିତ ବର୍ଷଧୁମଧାମରେ ମା’ଙ୍କ ପାଳନ କରାଯାଉଛି । ଘରେ ଘରେ ମା’ଙ୍କ ପୂଜା ପାଇଁ ସମସ୍ତେ ନୂଆ ବସ୍ତ୍ର ପରିଧାନ କରୁଛନ୍ତି । ପିଠାପଣାରେ ଘର ମହକି ଉଠୁଛି । ଲୋକେ ସପରିବାର ସହ ମା’ଙ୍କ ଆଶୀର୍ବାଦ ପାଇଁ ମଣ୍ଡପକୁ ଯାଉଛନ୍ତି ।ଚଳିତ ବର୍ଷ ଦୁର୍ଗାପୁଜାରେ ଆଲୋକ ମାଳାର ଚମକ୍ରାର ସାଜସଜା ସମସ୍ତଙ୍କ ମନ ମୋହୁଛି । ପୀଠରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଚାଲିଛି । ସୁନା, ରୂପା, ଚାନ୍ଦୀ ମେଢ଼ରେ ମା’ ଶୋଭା ପାଉଛନ୍ତି ।


Next Post

କେନାଲ ପାଣିରେ ବୁଡି ଜଣେ ମୃତ

Sun Oct 22 , 2023
କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ନାନକାର ଗ୍ରାମର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପୁତ୍ର ରଘୁନାଥ ବିଶ୍ୱାଳ(୫୮) ରବିବାର ସକାଳେ ସ୍ଥାନୀୟ ଗୋବରୀ କେନାଲର ହୁଡାଘାଟକୁ ଶୈାଚହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହଠାତ ବାତ ମାରିବାରୁ ସେ କେନାଲ ପାଣିରେ ପଡିଯାଇଥିଲେ । ନିକଟରେ ଅନ୍ୟ କୈାଣସି ଲୋକ ନଥିବାରୁ ଏସମ୍ପର୍କରେ କେହି କିଛି ଜାଣିପାରିନଥିଲେ । ରଘୁନାଥଙ୍କୁ ପରିବାର ପକ୍ଷରୁ ଖୋଜାଖୋଜି ପରେ ଅପରାହ୍ନରେ ସେହି କେନାଲରେ […]

KANIKA