
ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୋବାଇଲ ଘୁଁ ଘୁଁ କମ୍ପନ ସହ ଥରି ଆସୁଛି ଏମରଜେନ୍ସି ଆଲର୍ଟ। ଅଚାନକ ବାଜିଉଠୁଛି ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡ଼ିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଚିନ୍ତାରେ ପଡ଼ୁଛନ୍ତି।
ସୂଚନା ଅନୁସାରେ, ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା। ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ସତର୍କ ସୂଚନା ପହଞ୍ଚାଇବା ପାଇଁ ସରକାର ଏପରି ଟ୍ରାଏଲ ଭିତ୍ତିରେ ମେସେଜ ପଠାଉଛନ୍ତି। ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳୀନ ସୂଚନା ଦେବେ ସରକାର। ଭାରତ ସରକାରଙ୍କ ଟେଲିକମ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ଏପରି ମେସେଜ ପଠାଯାଉଛି।











