କେନ୍ଦ୍ରାପଡା : ରାଜନଗର ବ୍ଲକ ସାତଭାୟାର ମା ପଚୁଂବରାହୀଙ୍କ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଉପକୂଳ ଓଡିଶାର ଅନ୍ୟତମ ଆରାଧ୍ୟ ଦେବୀ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ପଞ୍ଚୁବରାହୀ ମନ୍ଦିରରୁ ଦୁର୍ବୁତମାନେ ମନ୍ଦିର ଗ୍ରୀଲ କିମ୍ବା ତାଲା ନକାଟି ମାଙ୍କର ରୂପାର ମୁକୁଟ, ସୁନାର ହାର, ସୁନାଚିତା, ସୁନାର ମଥାମଣୀ ଓ ରୂପାର ହାର  ସହ ମାଙ୍କ ଦାନବାକ୍ସ ଭାଙ୍ଗି ୧୦ଲକ୍ଷ ଟଙ୍କାରୁ […]

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୮୦ ଭାଗ ଲୋକ ଗ୍ରାମାଂଚଳରେ ବାସ କରନ୍ତି ଏବଂ କୃଷି ଉପରେ ନିର୍ଭର କରି ଚଳନ୍ତି । କୃଷିର ଉନ୍ନତି ହିଁ ଗ୍ରାମାଂଚଳ ଲେକମାନଙ୍କର ଆର୍ôଥକ ମାନଦଣ୍ଡ ସୁଦୃଢ କରିପାରିବାକୁ ନେଇ କୃଷି ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ ଟି […]

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଂଚାୟତ ବଢ଼େଇପଦା ଗ୍ରାମର ନଳକୂପକୁ ଜନୈକ ବ୍ୟକ୍ତି ମାଟି ପକାଇ ଅବରୋଧ କରିଥିବାରୁ ନଳକୂପ ନିକଟକୁ ଗ୍ରାମବାସୀ ଯାଇନପାରି ପାନୀୟଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ବିଭାଗୀୟ କତୃପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପ୍ରଶାସନ ନଳକୂପରୁ ଅବରୋଧ ହଟାଇ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏ ସମ୍ପର୍କରେ ଗୋପୀନାଥ ରାଉତ, […]

କେନ୍ଦ୍ରାପଡା :କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ଓ ଜୀବିକା ହରାଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେଥିନେଇ ସରକାରଙ୍କ ପକ୍ଷରୁ ବହୁମୁଖୀ ଯୋଜନା ପ୍ରସ୍ତୁତ କରିଯାଇ ଜନ ସାଧାରଣଙ୍କୁ ସହଯୋଗର ହାତ ବଢାଇଥିଲେ । କରୋନା ଲକଡାଉନ-ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାରୁ ରାଜ୍ୟ ସରକାର ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଘୋଷଣା କରିଥିଲେ । ଏହି କ୍ରମରେ […]

କେନ୍ଦ୍ରାପଡ଼ା : ଶିଶୁ ହସିଲେ ଦେଶ ହସିବ । ତେଣୁ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଏକ ତ୍ରୈମାସିକ ସମୀକ୍ଷା ବୈଠକ ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । “ଶିଶୁ ପାଇଁ ଦିନଟିଏ”ର ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ ସମସ୍ତ ବିଭାଗର ସମନ୍ୱୟ ଓ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁମିତ୍ର ଗ୍ରାମ ପଂଚାୟତ ଗଠନ […]

କେନ୍ଦ୍ରାପଡ଼ା: ପୈାର ଟାଉନହଲ ପରିସରରେ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ତୃତୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶ୍‌ୃଙ୍ଖଳାର ସହିତ […]

କେନ୍ଦ୍ରାପଡ଼ା ୨୬ ।୧୦: ଆର୍ଥିକ ଅନଗ୍ରସର ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ପୁନର୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବାର୍ଷିକ ମେଧାବୃତ୍ତି ପ୍ରଦାନ କରାଯାଉଅଛି । ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ମନୋନୀତ ହୋଇଥିବା ସମୁଦାୟ ୮ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ନିମନ୍ତେ ଆସନ୍ତା ୨୮ ତାରିଖରେ ମାଧପୁରସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ଅପରାହ୍ନ ୪ ଘଟିକାରେ ପୁନର୍ବାସ […]

  ନୈତିକ ଶିକ୍ଷା ଶିବିର ‘ସଂକଳ୍ପ’ ଉଦ୍‌ଯାପିତ କେନ୍ଦ୍ରାପଡ଼ା : “ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି, ମନକୁ ସ୍ଥିର ଓ ଦୃଢ କରି ଭଗବାନଙ୍କୁ ପ୍ରାର୍ଥନା ପୂର୍ବକ କାର୍ଯ୍ୟ କରିବା ହେଉଛି ‘ସଂକଳ୍ପ’” । ଅରୁଆ ଗ୍ରାମରେ ଥିବା ହରିହରାନନ୍ଦ ବାଳାଶ୍ରମରେ ‘ଆତ୍ମ-ନିରୀକ୍ଷଣ’ ଓ ‘ମିଳିମିଶି ଚଳିବା’ ବିଷୟବସ୍ତୁ ଉପରେ ଆଧାରିତ ଷଡ ଦିବସୀୟ ନୈତିକ ଶିକ୍ଷା ଶିବିର ‘ସଂକଳ୍ପ’ର ଉଦ୍‌ଘାଟନୀ ଅଭିଭାଷଣରେ […]