କର୍ମକ୍ଷେତ୍ରରେ ଯୈାନ ଉତ୍ପୀଡନର ପ୍ରତିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କୋର୍ଟ ତାଲୁକ ଆଇନ ସେବା ସମିତି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ ଆଇନ (poSH act) ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନିୟର ସିଭିଲ ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସୁଶ୍ରୀ ସଂଗିତା ମଲ୍ଲିକ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଆଇନର ଦିଗ ଯଥା ସୁରକ୍ଷା ଓ ସୁବିଧା ଉପରେ ସଚେତନ କରାଇବା ସହ ମହିଳାମାନଙ୍କ ପ୍ରତି ଥିବା ଆଇନର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। 

ଏହି ସଚେତନତା କାର୍ଯ୍ୟକ୍ରମରେ ଜେଏମଏଫସି ସମିକ୍ଷା ମହାନ୍ତି, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ପାଇଁ ଆଇନରେ ଥିବା ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖିଥିଲେ । ଜେଏମଏଫସି ମୋନାଲିସା ପ୍ରଧାନ ଅଭିଯୋଗ ଦାଖଲ ପ୍ରଣାଳୀ ଉପରେ ଆଲୋକ ପ୍ପାତ କରାଇଥିଲେ ।

ସାରା ବିଶ୍ଵରେ ପ୍ରତି ତିନି ଜଣରେ ଜଣେ ମହିଳା ନିଜ ଜୀବନକାଳ ଭିତରେ କୌଣସି ପ୍ରକାର ନିର୍ଯାତନାର ସମ୍ମୁଖୀନ ହୋଇଥାନ୍ତି । ମହିଳାମାନେ ସାମ୍ନା କରୁଥିବା ହିଂସା / ନିର୍ଯାତନା ହେଉଛି ସମାଜରେ ପ୍ରଚଳିତ ଲିଙ୍ଗଗତ ବିଭେଦର ପରିପ୍ରକାଶ । ଜଣେ ମହିଳା ସାଧାରଣ ସ୍ଥାନମାନଙ୍କରେ ତଥା କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେବା ଫଳରେ ସେମାନଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ସହିତ ସାମାଜିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଏହି ପରିପ୍ରେକ୍ଷୀରେ ମହିଳାମାନେ କର୍ମକ୍ଷେତ୍ରରେ ସାମ୍ନା କରୁଥିବା ନିର୍ଯାତନା ଏପରି ଏକ ଗମ୍ଭୀର ସମସ୍ୟା, ଯାହା ବିଶେଷ ଭାବରେ ଆଲୋଚନାର ଆପେକ୍ଷା ରଖେ । ସଂପ୍ରତି କର୍ମକ୍ଷେତ୍ରରେ ଯୌନ ନିର୍ଯାତନାକୁ ରୋକିବା ପାଇଁ ଭାରତ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି, ଯାହାର ନାମ ହେଉଛି କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନୋର୍ଯାତନା (ସୁରକ୍ଷା, ନିଷେଧ ଓ ନିରାକରଣ) ଆଇନ – ୨୦୧୩ । ଏହି ଆଇନରେ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଯୋଗୁଁ ମହିଳାମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡିକ ଯଥା ସମାନତା ଅଧିକାର, ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବା ଅଧିକାର ତଥା ନିରାପଦକର୍ମସ୍ଥଳୀ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ସ୍ଵୀକୃତି ଦିଆଯାଇଛି । ଏହା ସହିତ ଏହି ଆଇନରେ କର୍ମସ୍ଥାଳୀରେ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବାର ବିଭିନ୍ନ ବ୍ୟବସ୍ଥା ଅଛି । ଭାରତର ସମ୍ବିଧାନର ପୋଷ ଅଧିନିୟମ ଅନୁଯାୟୀ ପ୍ରତ୍ୟେକ ସରକାରୀ ଓ ବେସରକାରୀ ନିଯୁକ୍ତିଦାତା ନିଜ ଅନୁଷ୍ଠାନରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାର ଆଇନଗତ ଆବଶ୍ୟକତା ରହିଛି । ଏହି ନିୟମ ନିଶ୍ଚିତ କରିବା ଯେ ମହିଳାମାନେ ସର୍ବସଧାରଣ କିମ୍ବା ବେସରକାରୀ ସ୍ଥାନରେ ସମସ୍ତ କାର୍ଯ୍ୟାସ୍ଥାନରେ ଯୌନ ଉତ୍ପୀଡ଼ନରୁ ସୁରକ୍ଷିତ ରହିବେ । ଲିଙ୍ଗଗତ ସମାନତା, ଜୀବନ ଏବଂ କାର୍ଯ୍ୟକ୍ଷେତ୍ରରେ ସମାନତା ପାଇଁ ସେମାନଙ୍କର ଅଧିକାର ହାସଲ କରିବାରେ ଏହା ସହାୟକ ହେବ । କର୍ମକ୍ଷେତ୍ରରେ ନିରାପତ୍ତା ଭାବନା ମହିଳାଙ୍କ କାର୍ଯ୍ୟରେ ଅଂଶଗ୍ରହଣକୁ ଉନ୍ନତ କରିବ । ଫଳସ୍ୱରୂପ ସେମାନଙ୍କର ଅର୍ଥନୈତିକ ଶସକ୍ତିକରଣ ଏବଂ ଅଭିବୃଦ୍ଧି ହେବ, ଯାହାକି ଏକ ସୁସ୍ଥ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ଅତିଥିବୃନ୍ଦ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲ୍‌ଦାର ଦିଲ୍ଲିପ ନାୟକ, ପଟ୍ଟାମୁଣ୍ଡାଇ ବାର ଆସୋସିଏସନ୍ ସଭାପତି ଆଇନଜିବୀ ତପନ ମିଶ୍ର, ସଂପାଦକ ରବିନ୍ଦ୍ର ଦାଶ, ଭିମସେନ ପ୍ରଧାନ, ଭବାନୀଶଙ୍କର ପଣ୍ଡା, ଅନନ୍ତ ଦାଶ, ଗିତାଞଳି ପୁଷ୍ଟି, ପ୍ରବିର ପାତ୍ର, ଜିତେନ୍ଦ୍ର ନନ୍ଦି, ବିଦ୍ୟାଧର ଦାଶ, ସରତ ମଲିକ, ପାରା ଲିଗାଲ ଭଲୁଂଟରର ରଞିତା ଜେନା, ବବିତା ମଲିକ, ବନ୍ଦନା ପାତ୍ର, ସୁବ୍ରତ ପଣ୍ଡା, ସତ୍ୟନାରାୟଣ ଦାଶ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଆଇନଜିବୀ ଅଶ୍ୱୀନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

 


Next Post

କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Wed Nov 1 , 2023
କେନ୍ଦ୍ରାପଡ଼ା, ୩୧ା୧୦ : ସାରା ଭାରତର କୋଣ ଓ ଅନୁକୋଣରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉତ୍ସବକୁ ‘ରାଷ୍ଟ୍ରୀୟ ଏକତା ଦିବସ” ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ଶପଥ ପାଠରେ ଡେପୁଟି କଲେକ୍ଟର ଶିବାଶିଷ ପରିଡା ଅଧ୍ୟକ୍ଷତା କରିଥିଲେ ଓ ସ୍ୱାଧୀନ ଭାରତର ଏକତା ଓ ଅଖଣ୍ଡତା ନିମନ୍ତେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ […]

You May Like