ପଟ୍ଟାମୁଣ୍ଡାଇରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ:୩୧ ପଂଚାୟତ ପାଇବେ ୧୫ କୋଟି ୫୦ ଲକ୍ଷ



ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବ୍ଲକରେ ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପଡିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନ ଆଭାସୀ ଯୋଗେ ଉଦଘାଟନ କରିବା ସହିତ ବ୍ଲକର ୩୧ଟି ପଂଚାୟତର ୩୭୬ ପ୍ରକଳ୍ପ ପାଇଁ ୧୫ କୋଟି ୫୦ଲକ୍ଷ ଟଙ୍କା ମଂଜୁର କରିଥିଲେ ।


ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ତତ୍ୱବଧାନରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଏଡିଏମ ନିଲୁ ମହାପାତ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ଭାରପ୍ରାପ୍ତ ତହସିଲଦାର ପ୍ରତ୍ୟୁଷା ପ୍ରିୟଦର୍ଶନୀ, ଏସଡିପିଓ କ୍ଷମାସାଗର ପଣ୍ଡା, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଓ ଜିଲ୍ଲାପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ ସମିତିସଭ୍ୟ ଓ ମିଶନଶକ୍ତି ମହିଳା ଏବଂ ହଜାର ହଜାର ଲୋକେ ଉପସ୍ଥିତ ଥବାବେଳେ ପୌରଅଧ୍ୟକ୍ଷ ହେମନ୍ତ ସାହୁ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ସରପଂଚ ସନ୍ତୋଷ ସେଠୀ, ସଂଗ୍ରାମ ବାରିକ, ପ୍ରିୟବ୍ରତ ଓଝା, ବନୋଜ ସେଠୀ, ଦୀପ୍ତିମୟୀ ପରିଡା, ସମିତିସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କଶେଖର ବିଶ୍ୱାଳ, ନିରଞ୍ଜନ ବାରିକ, ମାନସ ମଲିକ ପ୍ରମୁଖ ଭାଷଣ ଦେଇ ଆମ ଓଡିଶା ନବୀନ ଓଡିଶା ସମ୍ପର୍କରେ ଆଲୋକପାତ କରିଥିଲେ ।  ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବାଲିପାଟଣା ସରପଂଚ ଅଜିତ ନାୟକ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସହିତ ମତ ବିନିମୟ କରଥିଲେ ।


ବାଲିପାଟଣା ସରପଂଚ ଅଜିତ ନାୟକ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଯୋଜନା ଗାଁ ଗଣ୍ଡାରେ ସଂସ୍କୃତିର ସୁରକ୍ଷା ହେବ ଏବଂ ଆଧୁନିକତାର ବିକାଶ ହେବ । ଗାଁ ଲୋକ ସମସ୍ତେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଗ୍ୟାରେଂଟି ପାଇବେ । ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ । ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ୱ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା, ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତା । ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗଣ୍ଡାରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ହୋଇପାରିବ ବୋଲି ସେ କହିଥିଲେ ।


ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ କହିଥିଲେ ଏହି ଯୋଜନା ଗ୍ରାମାଂଚଳର ଯୁବ ସମାଜ ପାଇଁ, ମାଆଙ୍କ ପାଇଁ, ଚାଷୀ ଭାଇ ଭଉଣୀଙ୍କ ପାଇଁ, ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ, ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡ଼ିଶା ପରିଚୟକୁ ଆହୁରି ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତିଭୂମି ହେବ ସୁଦୃଢ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ପ୍ରକାଶ କରିବା ସହ ପଟ୍ଟାମୁଣ୍ଡାଇବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଞତା ଜଣାଇବା ସହିତ ୫ଟି ସଚିବ ଭିକେ ପାଣ୍ଡିଆନ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜ୍ୱାଇଁ  ଭାବେ ଆମ ପ୍ରତି ତାଙ୍କର ବହୁତ ଅବଦାନ ରହିଛି ବୋଲି ମତ ପ୍ରକାଶ କରି କୃତଜ୍ଞତା ଜ୍ଞାପନ କରିଥିଲେ ।


Next Post

ଶ୍ରୀବଳଦେବଜୀଉ ମଣ୍ଡଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

Thu Oct 19 , 2023
କେନ୍ଦ୍ରାପଡ଼ା ବ୍ଲକ ଅଧିନ ଶ୍ରୀବଳଦେବଜୀଉ ମଣ୍ଡଳ (ଜୋନ -୮)ର କପାଳେଶ୍ୱର ଓ ବଗଡ଼ା ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରାପୁର ହନୁମାନ ମନ୍ଦିର ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ କପାଳେଶ୍ୱର ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି କପାଳେଶ୍ୱର ବୁଢ଼ୀ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ […]