ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ମେଡିକାଲରେ ପହଞ୍ଚାଇ ମାନବିକତାର ପରିଚୟ ଦେଲେ ଡିଏସପି ଜ୍ୟୋତିରଞ୍ଜନ



କେନ୍ଦ୍ରାପଡ଼ା, ୩୧ା୧୦ : ଜନୈକ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ତତକ୍ଷଣାତ ନିଜ ଗାଡିରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ । ତୁରନ୍ତ ଚିକିତ୍ସା ପାଇବା ଯୋଗୁଁ ସଂପୃକ୍ତ ବ୍ୟକ୍ତିଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଛି । କେବଳ ସେତିକି ନୁହେଁ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡିଏସପି ଶ୍ରୀ ସାମନ୍ତରାୟ ଦାୟୀତ୍ୱରେ ଥିବା ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ଏଥିସହିତ ଡିଏସପି ଶ୍ରୀ ସାମନ୍ତରାୟ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହିତ କଥାବାର୍ତ୍ତା ହୋଇ ସଂପୃକ୍ତ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ କହିଥିଲେ ।

ସୂଚନା ଅନୁଯାୟୀ ଡିଏସପି ଶ୍ରୀ ସାମନ୍ତରାୟ ନିଜ ଅଫିସ ଗାଡିରେ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ କାର୍ଯ୍ୟାଳୟକୁ ଯାଉଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଜଜାଙ୍ଗ ପେଟ୍ରୋଲପମ୍ପ ନିକଟରେ ସଡକ ଦୁର୍ଘଟଣା ରେ ଗୁରୁତ୍ତର ଭାବେ ଆହତ ହୋଇଥିବା ଜଣେ ଯୁବକଙ୍କୁ ଦେଖି ସେଠାରେ ଗାଡି ଅଟକାଇଥିଲେ । ତତକ୍ଷଣାତ ତାଙ୍କୁ ନିଜ ଗାଡିରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ ଡାକ୍ତରଙ୍କ ଦ୍ୱାରା ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଫଳରେ ସଂପୃକ୍ତ ଯୁବକଙ୍କ ଜୀବନ ରକ୍ଷା ହୋଇଯାଇଥିଲା । ଏହାଦ୍ୱାରା କେବଳ ଜଣେ ପୋଲିସ ଅଧିକାରୀ ଭାବେ ନୁହେଁ ବରଂ ଜଣେ ମଣିଷ ହିସାବରେ ମଣିଷପଣିଆ ଏବଂ ମାନବିକତାର ପରିଚୟ ଦେଇଛନ୍ତି ଡିଏସପି ଶ୍ରୀ ସାମନ୍ତରାୟ ।ଦୁର୍ଘଟଣା ଗ୍ରସ୍ତ ଯୁବକ ଜଣଙ୍କ ହେଉଛନ୍ତି ଅଙ୍ଗୁଳେଇର ରୁଦ୍ର ପ୍ରଧାନ । ସଂପୃକ୍ତ ଯୁବକଙ୍କ ମୁଣ୍ଡ ଓ ହାତରେ ଗଭିର ଆଘାତ ଲାଗିଥିଲା । ଏବେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ଏ ଘଟଣା ସାରା ସହରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଡିଏସପି ଶ୍ରୀ ସାମନ୍ତରାୟଙ୍କୁ ପ୍ରଶଂସାର ଛୁଅ ଛୁଟିଛି ।


Next Post

ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

Wed Nov 1 , 2023
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଂଚାୟତ ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ […]

You May Like