କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜାର ପଞ୍ଚମ ଦିବସ


କେନ୍ଦ୍ରାପଡ଼ା,୧ା୧୧-ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ଆରମ୍ଭରୁ ପ୍ରବଳ ଜନ ସମାଗମ ଲାଗିରହିଛି । ସାଜସଜା ସାଙ୍ଗକୁ ମିନା ବଜାର ଏବଂ ପିଲାମାନଙ୍କ ଖେଳକୁଦ ପ୍ରଦର୍ଶନୀ ଯାତ୍ରୀମାନଙ୍କୁ ଆକର୍ଷିତ କରିଛି । ଏହି ସ୍ଥିତିର ସୁବିଧା ନେବାକୁ ରାଜନେତାମାନେ ଭୁଲି ନାହାଁନ୍ତି । ଆଗାମୀ କିଛି ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ବିଧାୟକ ଆଶାୟୀମାନେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପୂଜା କମିଟିମାନଙ୍କର ସହଯୋଗ କାମନା କରିଛନ୍ତି । ଗଜଲକ୍ଷ୍ମୀ ପୂଜାର ପଞ୍ଚମ ଦିନରେ ଆଶାୟୀଙ୍କ ଅଧିକ ଭିଡ ଦେଖିବାକୁ ମିଳିଥିଲା । ପୂର୍ବାହ୍ନରେ ପୂର୍ବତନ ବିଜେଡି ବିଧାୟକ କିଶୋର ଚନ୍ଦ୍ର ତରାଇ ତାଙ୍କ ସମର୍ଥକଙ୍କ ସହିତ କେନ୍ଦ୍ରାପଡା ସହରର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ । ପୂଜା କମିଟି ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିବାର ଦେଖାଯାଇଥିଲା । ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସ କର୍ମୀମାନଙ୍କ ସହିତ ମଣ୍ଡପ ବୁଲି ଜନ ସମ୍ପର୍କ ବୃଦ୍ଧି କରିବାକୁ ଉଦ୍ୟମ କରିଥିଲେ । ଗତକାଲି ପୂର୍ବତନ ବିଜେଡି ବିଧାୟକ ଡଃ ସିପ୍ରା ମଲ୍ଲିକ ତାଙ୍କ ସମର୍ଥକଙ୍କ ସହିତ ପୂଜା ମଣ୍ଡପ ବୁଲିବାର ଦେଖାଯାଇଥିଲା । ଅନ୍ୟତମ ଆଶାୟୀ ବିଜେଡି ନେତ୍ରୀ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ କପାଳେଶ୍ୱର ଗ୍ରାମ ପଞ୍ଚାୟତର ପୂଜା ମଣ୍ଡପରେ ବୁଲିବାର ଦେଖାଯାଇଥିଲା । ବିଜେଡିରିଜେଡିର ଏକାଧିକ ଆଶାୟୀ ପୂଜାରେ ବୁଲୁଥିବା ବେଳେ କଂଗ୍ରେସର ଏକମାତ୍ର ଆଶାୟୀ ଦେଖିବାକୁ ମିଳିଛି । ବିଜେପି ଆଶାୟୀ କେତେ ଆଉ ବାକି ଥିବା ଦୁଇଦିନ ପୂଜାରୁ ଜଣା ପଡିବ ବୋଲି ଆଶା କରାଯାଉଛି ।


Next Post

ଅନ୍ଧାରରେ ଆଲୋକିକରଣ :୯ ଲକ୍ଷ ପାଣିରେ ପଡିଲା

Thu Nov 2 , 2023
   ଲୋକମାନଙ୍କ ନୈତିକତାକୁ ନେଇ ପ୍ରଶ୍ନ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତଥା କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ ଥିବା ଧୋୟାଚଂଳର ପ୍ରବେଶ ଦ୍ୱାର କୁହାଯାଉଥିବା ବ୍ରହ୍ମଣୀ ସେତୁକୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଆଲୋକି କରଣ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଲୋକେ ଅନ୍ଧାରରେ ଯିବାଆସିବା କରୁଛନ୍ତି । ତେବେ ଏତେ ଟଙ୍କା ଖର୍ଚ୍ଚ ପରେ ଆଲୋକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆ ନଯିବା ଏବଂ ସମସ୍ତ ସୌରଚାଳିତ ଲାଇଟ୍ ଚୋରି ହୋଇଯିବା […]

You May Like