ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ



ପଟ୍ଟାମୁଣ୍ଡାଇ ଶ୍ରୀମଦ ଭାଗବତ ଚେତନା ପରିଷଦ ଆନୁକୂଲ୍ୟରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟା ୬.୩୦ମିନିଟ ରୁ ରାତ୍ର ୯.୩୦ମିନିଟ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମରେ ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀମଦ ଭାଗବତ ଚେତନା ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି ।


Next Post

୩୬ କୋଟି ଟଙ୍କା ବ୍ୟୟ ବରାଦରେ କଣ୍ଠିଆ ନାଳ ସେତୁ ନିର୍ମାଣ ହେବ

Thu Nov 2 , 2023
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ଗତ ୧୭ ବର୍ଷ ତଳେ ଅରମ୍ଭ ହୋଇ ଦୁଇଟି ପିଲର ଅଧା ଉଠି ଏ ପର୍ଯ୍ୟନ୍ତ ବନ୍ଦ ହୋଇ ପଡିରହିଛି । ଯାହାକୁ ନେଇ ୩ ରାଜସ୍ୱ ଗାଁର ଅଧିବାସୀ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ବିପଦପୂର୍ଣ୍ଣ ଭାବେ ଡଙ୍ଗା ଦ୍ୱାରା ନାଳ ପାର ହେବାକୁ ପଡୁଛି । କଣ୍ଠିଆ ନାଳ ଉପରେ ସେତୁ […]

You May Like