କେନ୍ଦ୍ରାପଡାରେ ଖୋଲିଲା ଓଡିଶାର ପ୍ରଥମ ଭାରତ ପେଟ୍ରୋଲିୟମ ସିଏନଜି ଷ୍ଟେସନ



କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଓଡିଶାର ସର୍ବ ପ୍ରଥମ ସିଏନଜି ସେବା ଆଜି ଆରମ୍ଭ ହୋଇଯାଇ଼ଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଗରାପୁର ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ପ୍ରାଙ୍ଗଣରେ ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଏନଜି ସେବାକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । ଏଥିରେ ଭାରତ ପେଟ୍ରୋଲିୟମର ରାଜ୍ୟ ମୁଖ୍ୟ ପ୍ରିୟଦର୍ଶି ପଣ୍ଡା ଯୋଗଦେଇ ପେଟ୍ରୋଲ ଓ ଡିଜେଲ ତୁଳନାରେ ସିଏନଜି ଗ୍ୟାସର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ । ଶ୍ରୀ ପଣ୍ଡା କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ତୁଳନାରେ ସିଏନଜି କମ ବ୍ୟୟ ବହୁଳ ହେଉଥିବାରୁ ଏହା ଦ୍ୱାରା ଗାଡିର ମାଇଲେଜରେ ମଧ୍ୟ ୮୦ପ୍ରତିଶତ ବୃଦ୍ଧି ହୋଇଥାଏ । ସର୍ବୋପରି ଏହା ପ୍ରଦ୍ୟୁଷଣ ମୁକ୍ତ ବାୟୁମଣ୍ଡଳ ସୃଷ୍ଟି କରିବାରେ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଭାରତ ପେଟ୍ରୋଲିୟମର ଟେରିଟୋରୀ ମ୍ୟାନେଜର (ରିଟେଲ) ଅଙ୍କୁର ମିଶ୍ର, ଟେରିଟୋରୀ ମ୍ୟାନେଜର (ଗ୍ୟାସ) ଉଦୟନାଥ ସେଠୀ, ଇଞ୍ଜିନିଅରିଂ ମୁଖ୍ୟ(ଓଡିଶା) ଗଣେଷ ଜଗଦଲେ, ଆସିଷ୍ଟାଣ୍ଟ ସେଲସ ମ୍ୟାନେଜର(ସିଏନଜି) ଫୈଜ ଅଲ୍ଲୀ, ସିଏନଜି ଇଞ୍ଜିନିଅର ପୃଥ୍ୱୀରାଜ ଦାସ, ବିପିସିଏଲର ସେଲସ ଅଫିସର ମାନସ ଶର୍ମା, ଆସିଷ୍ଟାଣ୍ଟ ମ୍ୟାନେଜର ଇଞ୍ଜିନିଅରିଂ (ରିଟେଲ) ସୈାରଭ କୁମାରଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲାର ବହୁ ବୁଦ୍ଧିଜିବୀ ଓ ଗାଡି ମାଲିକମାନେ ଉପସ୍ଥିତ ଥିଲେ । ଏଥିରେ ସ୍କାଇ ଅଟୋମୋବାଇଲ୍ସ,କଟକ ପକ୍ଷରୁ, ଟାଟା ମୋଟର୍ସ କେନ୍ଦ୍ରାପଡା ପକ୍ଷରୁ ବିଭିନ୍ନ ସିଏନଜି ଚାଳିତ ଗାଡି ପ୍ରଦର୍ଶିତ ହୋଇଥିଲା । ଏହି ।ବସରରେ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ପକ୍ଷରୁ ସମରେନ୍ଦ୍ର ମିଶ୍ର ସୂଚନା ଦେଇଥିଲେ ଯେ ଆଜି ଠାରୁ ପ୍ରତ୍ୟେହ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏଠାରେ ନିଜ ଗାଡିରେ ସିଏନଜି ଗ୍ୟାସ ଭରାଇବାର ସୁବିଧା ପାଇପାରିବେ ।


Next Post

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ: ଡିଜେ ଭାଇବ୍ରେଟରରେ କମ୍ପିଲା ସହର

Sat Nov 4 , 2023
କେନ୍ଦ୍ରାପଡାରେ ଆଜି ଭଷାଣୀ ଉତ୍ସବ ଆରମ୍ଭ ହୋଇଛି । ଗଜଲକ୍ଷ୍ମୀ ମେଲଣର ପ୍ରଥମ ଦିବସର ରାତି ସାଢେ ୮ଟା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ମାତ୍ର ୩ଟି ମେଢ ପହଞ୍ଚି ପାରିଛି । ସେଗୁଡିକ ହେଉଛି ପୁରୁଣା ବସଷ୍ଟାଣ୍ଡ ଥାନପତି, ନୂଆ ବସଷ୍ଟାଣ୍ଡ ଥାନପତି ଓ କାକଟ ମଙ୍ଗଳା କ୍ଲବ । ଅନ୍ୟ ପୂଜା କମିଟିର ମେଢ ଗୁଡିକ ଏପର୍ଯ୍ୟନ୍ତ ମେଲଣ ପଡିଆରେ ପହଞ୍ଚି ପାରିନାହିଁ । ଆଜି […]

KANIKA