କେନ୍ଦ୍ରାପଡ଼ା : ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦେଶବ୍ୟାପି ପ୍ରତିବାଦ ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ ସହିତ କୃଷକ ଆନ୍ଦୋଳନକୁ ଯୋଡି ନ୍ୟୁଜକ୍ଲିକ ଉପରେ ହୋଇଥିବା ମିଥ୍ୟା ଏବଂ ଆଇ.ଆର.ର ନକଲକୁ ପୋଡା ଯାଇଥିଲା । ପ୍ରକାଶ ଥାଉକି ମୋଦି ସରକାର ହାରିବା ଭୟରେ ଔଷଧ ନିମନ୍ତେ ତାଟିଆ କାମୁଡୁଛି । ସମସ୍ତ ବିରୋଧୀ ଦଳ ନେତାଙ୍କ ବିରୋଧରେ ମିଥ୍ୟା କେଶ ଦେଇ ଜେଲରେ ପୁରାଇବା, ମୋଦି ସରକାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ନ୍ୟୁଜକ୍ଲିକ ଭଳି ସମ୍ବାଦ ସରବରାହ ସଂସ୍ଥା ବିରୋଧରେ ଦେଶ ବିରୋଧୀ ଭଳି ସଂଗୀନ ଅଭିଯୋଗ ଆଣି ତାହାର ଦୁଇ ଜଣ ସାମ୍ବାଦିକଙ୍କୁ ଜେଲରେ ଭର୍ତ୍ତି କରିବା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନକୁ ସେଥିରେ ଯୋଡି ଏପ.ଆଇ.ଆର. ଦେବା ଭଳି ହୀନ କାର୍ଯ୍ୟ ମୋଦି ସରକାର କରୁଛି । ଏହାସହିତ ଐତିହାସିକ କୃଷକ ଆନ୍ଦୋଳନ ବିରୋଧରେ ଅପ ପ୍ରଚାର କରିବା, କୃଷକ ଆନ୍ଦୋଳନକୁ ବିଦେଶୀ, ଦେଶ ବିରୋଧୀ ଓ ସନ୍ତ୍ରାସବାଦୀମାନଙ୍କ ଠାରୁ ଆର୍ଥିକ ସହାୟତା ମିଳିଛି ବୋଲି ସଂଗୀନ ଅଭିଯୋଗ କରି ନିନ୍ଦିତ କରିବାକୁ ପ୍ରୟାସ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ତୁରନ୍ତ ସେହି ଏପ.ଆଇ.ଆର.କୁ ପ୍ରତ୍ୟାହାର କରିବା ସହିତ ଜେଲରେ ଥିବା ଦୁଇଜଣ ସାମ୍ବାଦିକଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ଆଜିର ପ୍ରତିବାଦ ବିକ୍ଷୋଭରେ ଏଆଇକେଏସ ନେତା ଆଦିକନ୍ଦ ରାଉଳ ସଭାପତିତ୍ୱ କରିଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳ, କିଷାନ କଂଗ୍ରେସ ଜିଲ୍ଲା ସଭାପତି ନାରାୟଣ ପରିଡା, ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ବିଜୟ ଦାସ, ଅଜୟ ସାମଲ, କର୍ମଚାରି ନେତା ନରୋତ୍ତମ ପାର୍ଥସାରଥୀ, ଆଇ.ଏନ.ଟି.ୟୁ.ସି. ସଭାପତି ମୁକ୍ତାର ଖାଁ, ଏଆଇକେକେଏମଏମ ନେତ୍ରୀ ଏଲୀନା ସାମନ୍ତରାୟ, ବାମପନ୍ଥୀ ନେତା ରମଣୀରଞ୍ଜନ ରାଉତରାୟ, ମହେନ୍ଦ୍ର ପରିଡା, ରମେଶ ଚନ୍ଦ୍ର ପ୍ରଧାନ, ଓସିଡବ୍ଲୁ ନେତା ମାଧବ ଦାସ, ଏଆଇକେଏସ ସମ୍ପାଦକ ବିକାଶ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
kanikanews.in
Next Post
କେନ୍ଦ୍ରାପଡାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
Tue Nov 7 , 2023
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୈାରସଂସ୍ଥା ଟାଉନ୍ହଲ୍ରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ୍ ମଡକର୍, କେନ୍ଦ୍ରପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, […]

You May Like
- 2 years ago
ବ୍ଲକ୍ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଉଦଯାପିତ
- 5 months ago
କେନ୍ଦ୍ରାପଡ଼ା ହେବ ରାଜ୍ୟର ଶିଳ୍ପ କରିଡର: ବୈଜୟନ୍ତ
- 8 months ago
ପୋଖରୀରେ ବୁଡି ଶିଶୁ ମୃତ