ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସଭାଗୃହରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେଳାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ନଭେମ୍ବର ମାସ ୧୬ ଓ ୧୭ ତାରିଖରେ ଆୟୋଜନ ହେବ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। ସମୁଦାୟ ୩୦ଟି ଷ୍ଟଲ୍ ହେବାର ଯୋଜନା ରହିଛି । ପ୍ରତ୍ୟେକ ଦିନ ସଭାକାର୍ଯ୍ୟ ହେବା ସହ ବୈଜ୍ଞାନିକ ଚାଷୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଅପରାହ୍ଣରେ ମନ ମୋହିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଜିଲ୍ଲାର ୮ଜଣ ମୁଖ୍ୟ ଚାଷୀଙ୍କୁ ଏହି ଅବସରରେ ସମ୍ମାନୀତ କରାଯିବ ଏବଂ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ମିଳିତଭାବେ ପାଳନ କରାଯିବ । ଏହି ବୈଠକରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦୀପ୍ତି ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ମନୋଜ କୁମାର ଚାନ୍ଦ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ନାବାର୍ଡ଼ର ଡିଜିଏମ୍ ଅଶୋକ କୁମାର ଆଚାର୍ଯ୍ୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ପଟ୍ଟନାୟକ, ଏଡିଭିଓ (ଏଲ୍‌ପି) ଡା. ବିବେକାନନ୍ଦ ସାହୁ, ଏଡିଭିଓ (ଡିସି) ଡା. ମୃତ୍ୟୁଞ୍ଜୟ ମହାନ୍ତି, ପୈାର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଓର୍‌ମାସ୍‌ର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀରୋଦ କୁମାର ଜେନା, ମିଶନ୍ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ଚନ୍ଦ୍ର ସେନାପତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।


Next Post

ସନ୍ଦେହରେ କହୁଣିଆଡିଆରେ ଗୁଳିମାଡ

Tue Nov 7 , 2023
କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା କହୁଣିଆଡିଆରେ ରବିବାର ସଂନ୍ଧ୍ୟାରେ ଗୁଳିମାଡ଼ ହୋଇଥିବା ସମାଜିକ ଗଣମାଧ୍ୟମ ଅର୍ଥାତ ଫେସବୁକରେ ଜଣେ ବ୍ୟକ୍ତି ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ନିକିରାଇ ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରେ ସେ କହିଲେ ଯେ ଆମେ କାଲି କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭଷାଣୀରେ ଡ୍ୟୁଟି କରୁଥିଲୁ । ଏବାବଦରେ କୌଣସି ଅଭିଯୋଗ ମିଳି ନଥିବା କହିଛନ୍ତି । କେନ୍ଦ୍ରାପଡା ଫଟୋ ଏବଂ ଭିଡିଓଗ୍ରାଫର […]

KANIKA