କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗା ପଞ୍ଚାୟତ ପାଣି ସାଉଁଳିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ସୁରେନ୍ଦ୍ର ମଳିକଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରର ଆସବା ପତ୍ର ସହ ଧାନ, ଚାଉଳ ଆଦି ପୋଡି ନଷ୍ଟ ହୋଇଯାଇଛି। ଘରର ୭୦ଭାଗ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବାକ୍ଷଣିକେ ଗ୍ରାମବାସୀ ନଳକୂପ ଓ କାଣୀ ନଦୀରୁ ପାଣି ସଂଗ୍ରହ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୁରେନ୍ଦ୍ର ଓ ତାଙ୍କ ୨ ଭାଇ ଗରିବ ଶ୍ରେଣୀର ହୋଇଥିବା ବେଳେ ଚାଷବାସ କାମ କରି ପରିବାର ଚଳାଉଥିଲେ। ନିଆଁରେ ଘର ନଷ୍ଟ ହୋଇଯାଇଥିବାରୁ ସେମାନେ ଭାଙ୍ଗି ପଡିଛନ୍ତି। ଏନେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
kanikanews.in
Next Post
ପିଆଜ ଦର ବୃଦ୍ଧିର ପ୍ରତିବାଦ ଜାରୀ ; ଇନ୍ଦୁପୁରରେ ୨୫ଟଙ୍କାରେ ବିକିଲା କଂଗ୍ରେସ
Wed Nov 15 , 2023
ରାଜ୍ୟରେ ପିଆଜ ବଜାରରେ ନିଆଁ ଲାଗିଛି। ରାଜ୍ୟର ୨୩ବର୍ଷର ଅପାରଗ ସରକାର ପ୍ରତିବର୍ଷ ଖାଉଟିଙ୍କୁ ଚଢ଼ା ଦରରେ ପିଆଜ ଓ ଆଳୁକୁ ବିକ୍ରି କରୁଛନ୍ତି। ପିଆଜରେ ସ୍ବାବଲମ୍ବୀ ହୋଇଥିବା ସରକାର କହୁଥିବା ବେଳେ ରାଜ୍ୟବାସୀ ୮୦ ଟଙ୍କାରେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ ଇନ୍ଦୁପୁର ଠାରେ ୨୫ ଟଙ୍କାରେ ପୁର୍ନଃବାର ପିଆଜ ବିକ୍ରି କରାଯାଇଛି । […]

You May Like
- 5 months ago
ବୃତ୍ତି ପରୀକ୍ଷାରେ ତୁଳସୀ ବିଦ୍ୟା ମନ୍ଦିରର ସଫଳତା