ଗୋବରୀ କେନାଲ ମଟାମ ହେବାରୁ ଫକିରାବାଦରେ କୃତିମ ବନ୍ୟା


କେନ୍ଦ୍ରାପଡା ଗୋବରୀ କେନାଲରେ ଚାଷ ପାଇଁ ବହୁ ବିଳମ୍ବରେ ପାଣି ଛଡା ଯିବାରେ କେନାଲରେ ପାଣି ମଟାମ ହୋଇଛି । ଫଳରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ, ବଡହାଟ, ମୀରପାଟଣା ଓ ନସଡିପୁର ଭଳି ତଳିଆ ଅଞ୍ଚଳରେ ଥିବା ରାସ୍ତା ଓ ଘର ଭିତରେ ପାଣି ପଶିଯାଇଥିବା ସ୍ଥାନୀୟ ଅଞ୍ଚଳର ବାସୀନ୍ଦା ଅଭିଯୋଗ କରିଛନ୍ତି । ବିଶେଷକରି ଫକିରାବାଦ ଓ ବଡହାଟ ଅଞ୍ଚଳ ଅତ୍ୟନ୍ତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସେହିସବୁ ଅଞ୍ଚଳର ଲୋକମାନେ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି । ଏସମ୍ପର୍କରେ ଜଳସେଚନ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଧରଣୀଧର ବେହେରାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଲେ ଯେ ଏସମ୍ପର୍କରେ ଆମେ ଅବଗତ ହୋଇ ପାଣି ବନ୍ଦ କରିବାକୁ ଜଣାଇଛୁ । ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଆସନ୍ତା କାଲି ସୁଦ୍ଧା ସହରର ତଳିଆ ଅଞ୍ଚଳରୁ ପାଣି କମିଯିବ ବୋଲି ସେ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading