ଗୋବରୀ କେନାଲ ମଟାମ ହେବାରୁ ଫକିରାବାଦରେ କୃତିମ ବନ୍ୟା


କେନ୍ଦ୍ରାପଡା ଗୋବରୀ କେନାଲରେ ଚାଷ ପାଇଁ ବହୁ ବିଳମ୍ବରେ ପାଣି ଛଡା ଯିବାରେ କେନାଲରେ ପାଣି ମଟାମ ହୋଇଛି । ଫଳରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ, ବଡହାଟ, ମୀରପାଟଣା ଓ ନସଡିପୁର ଭଳି ତଳିଆ ଅଞ୍ଚଳରେ ଥିବା ରାସ୍ତା ଓ ଘର ଭିତରେ ପାଣି ପଶିଯାଇଥିବା ସ୍ଥାନୀୟ ଅଞ୍ଚଳର ବାସୀନ୍ଦା ଅଭିଯୋଗ କରିଛନ୍ତି । ବିଶେଷକରି ଫକିରାବାଦ ଓ ବଡହାଟ ଅଞ୍ଚଳ ଅତ୍ୟନ୍ତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସେହିସବୁ ଅଞ୍ଚଳର ଲୋକମାନେ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି । ଏସମ୍ପର୍କରେ ଜଳସେଚନ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଧରଣୀଧର ବେହେରାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଲେ ଯେ ଏସମ୍ପର୍କରେ ଆମେ ଅବଗତ ହୋଇ ପାଣି ବନ୍ଦ କରିବାକୁ ଜଣାଇଛୁ । ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଆସନ୍ତା କାଲି ସୁଦ୍ଧା ସହରର ତଳିଆ ଅଞ୍ଚଳରୁ ପାଣି କମିଯିବ ବୋଲି ସେ କହିଛନ୍ତି ।


Next Post

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

Sat Nov 18 , 2023
କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବର ଉଦ୍‌ଯାପନୀ ଦିବସରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ […]

KANIKA