ମଞ୍ଜୁରୀପ୍ରାପ୍ତ ଋଣ ପ୍ରଦାନ ଦାବୀରେ ୨୪ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା


କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେବାକୁ ଯାଉଥିବା ନେଇ ଅଭିଯୋଗ ହୋଇଛି । ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଗତ ତା ୨୬/୭/୨୦୨୩ ରିଖରେ ୧୫୪ଜଣ ଚାଷୀଙ୍କର କ୍ରେଡିଟ ଲିମିଟ ଋଣ ଲଗାଣ ପାଇଁ ମଂଜୁର କରାଯାଇଥିଲା । କିନ୍ତୁ ବ୍ୟାଙ୍କର ନିଷ୍କ୍ରିୟତା ଯୋଗୁଁ ଋଣ ଲଗାଣ ହୋଇପାରିଲା ନାହିଁ । ଚଳିତବର୍ଷ ରବି ଋତୁରେ ସେହି ଋଣ ୭୧ଜଣ ଚାଷୀଙ୍କୁ ଲଗାଣ କରାଯାଇ ପଟ୍ଟାମୁଣ୍ଡାଇ ବ୍ୟାଙ୍କ ଶାଖାରେ ଥିବା ଚାଷୀ ଜମା ଖାତାକୁ ଟଙ୍କା ଯାଇଥିଲେ ମଧ୍ୟ ଚାଷୀମାନେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଟଙ୍କା ପାଇପାରୁନଥିବାରୁ ସମବାୟ ସମିତିକୁ ଆସି ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏ ସମ୍ପର୍କ ଅବଗତ ହେବା ପରେ ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ସଞ୍ଜୟ କୁମାର ଲେଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକଙ୍କ ସହିତ ଆଲୋଚନା କରି ତୁରନ୍ତ ଚାଷୀଙ୍କ ଋଣ ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ମାତ୍ର ଏଥିରେ କୌଣସି ସୁଫଳ ମିଳିଲା ନାହିଁ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପର୍ଯ୍ୟାପ୍ତ ଋଣ ଅର୍ଥ ମଂଜୁର କରିନଥିବାରୁ ଚାଷୀଙ୍କ ଋଣ ଟଙ୍କା ପ୍ରଦାନ କରାଯାଇପାରୁନାହିଁ ବୋଲି ପ୍ରକାଶ କରିଛନ୍ତି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ଅବିଳମ୍ବେ ମଂଜୁର ହୋଇଥିବା ଚାଷୀଙ୍କ ଋଣ ଟଙ୍କା ପ୍ରଦାନ ନକଲେ ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଆସନ୍ତା ୨୪ ତାରିଖରେ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଦେବେ ବୋଲି ସମବାୟ ସମିତି ସଭାପତି ସଞ୍ଜୟ କୁମାର ଲେଙ୍କା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସମବାୟମନ୍ତ୍ରୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସମ୍ପାଦକ,ଡି ଆର ସି ଏସ କଟଜ ଡିଭିଜନ -୨,କେନ୍ଦ୍ରାପଡ଼ା ଜିଲ୍ଲାପାଳ, ସମବାୟ ସମିତିର ସହକାରୀ ନିବନ୍ଧକ,ପଟ୍ଟାମୁଣ୍ଡାଇ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।


Next Post

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Wed Nov 22 , 2023
କେନ୍ଦ୍ରାପଡ଼ା, ୨୦ା୧୧ :“ବିକଶିତ ଭାରତ ସଙ୍କଳ୍ପ ଯାତ୍ରା” ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶିବାଶିଷ ପରିଡ଼ା, ଜିଲ୍ଲାର ସମସ୍ତ ତହସିଲ୍‌ଦାର ଓ ବିଡିଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡଃ. ମନୋଜ କୁମାର ଚାନ୍ଦ, କୃଷି […]

KANIKA