ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଆଜି ଅପରାହ୍ଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁଆରୀଠାରୁ ନଭେମ୍ବର ମାସ ମଧ୍ୟରେ ୭ଜଣଙ୍କୁ “ଗୁଡ୍ […]
Day: 24 November 2023
କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେଇଥିବା ଓ ଚାଷୀମାନଙ୍କ ଜମା ଖାତା ଟଙ୍କା ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଟଙ୍କା ନପାଇବାରୁ ଶୁକ୍ରବାର ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କତୃପକ୍ଷ ପ୍ରତିଶୃତିକୁ ମେସେଜ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତରେ ଥିବା ସେଠୀ ସାହି ନିକଟ ସରକାରୀ ଜମିକୁ ନାରାୟଣ ସେଠୀ ଓ ଗଗନ ସେଠୀ ଜବରଦଖଲ କରିବା ସହିତ ରାସ୍ତାକୁ ଅବରୋଧ କରି ବାଉଁଶ ବାର ବୁଲାଇଛନ୍ତିା ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଶୁକ୍ରବାର ଅଳପୁଆ ପଂଚାୟତର ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବାଣ ବିଷ୍ପୋରଣକୁ ବର୍ଷେ ପୁରିଥିବା ବେଳେ ସେହି ଘଟଣାକୁ ନେଇ ବାଲିଆ କାର୍ତ୍ତିକେଶ୍ୱର ପୂଜା କମିଟି, ବଜାର କମିଟି ଓ ଶାନ୍ତି କମିଟି ପକ୍ଷରୁ ସ୍ମରଣ ଦିବସ ଭାବେ ପାଳନ କରିବା ସହିତ ସେହି ବାଣ ବିଷ୍ପୋରଣରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ, ଭିନ୍ନକ୍ଷମ ହୋଇପଡିଥିବା ଏବଂ ପିଡିତ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର […]
କେନ୍ଦ୍ରାପଡା ଜିଲ୍ଲା ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିିତ ଏହି ଉପାଧ୍ୟକ୍ଷ ନିର୍ବାଚନରେ ସମାଜସେବୀ ଫକୀର ଚରଣ ଖଟୁଆ ଉପାଧ୍ୟକ୍ଷ ଭାବେ ୩ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ସମିତିରେ ୫ ଜଣ ଆଜୀବନ ସଦସ୍ୟ ଓ ୩୫ ଜଣ ସାଧାରଣ ସଦସ୍ୟ […]










