ମାଇଁ ଏନସିସି ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟର ମାଇଁ ଏନ.ସି. ସି. ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ-୨୦୨୩ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ମେଜର ପୀତବାସ ମହାନ୍ତି, ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ବିନ୍ଦୁମିତ୍ର ବଳ,ଏନ.ସି. ସି. ବାଳକ ବିଭାଗର ଭାରପ୍ରାପ୍ତ ଅଧିକାରୀ ସତ୍ୟରଞ୍ଜନ ମିଶ୍ର ଏବଂ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ ଓ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳଙ୍କ ସମେତ ଏନ.ସି. ସି.ର ବହୁ ପୁରାତନ ସଦସ୍ୟ ମାନେ ଯୋଗଦେଇଥିଲେ । ଏହି ଉତ୍ସବରେ ଏନ.ସି. ସି. ବାଳିକା ବିଭାଗର କ୍ୟାପଟେନ ସୀମା ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ସମର ଶିକ୍ଷାର୍ଥୀ ବାହିନର ଦେଶ ଗଠନରେ ଅତୁଳନୀୟ ଭୂମିକା ଏବଂ ସେମାନେ କିପରି ଶୃଙ୍ଖଳିତ ଓ ସମୟାନୁବର୍ତ୍ତିତା ହୋଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ପ୍ରତ୍ୟେକ ବର୍ଷ ନିଜର ସଦସ୍ୟ ମାନଙ୍କ ସହିତ ଏନ.ସି.ସି. କ୍ୟାଡେଟ ମାନଙ୍କ ସହ ମିଶି ଚାରା ରୋପଣ(ହର ଘର ଏକ ପୌଧା) ମାଧ୍ୟମରେ ଥିଲେ ଦିଅନ୍ତୁ ନ ଥିଲେ ନିଅନ୍ତୁ, ଅସହାୟ ବ୍ୟକ୍ତିଙ୍କୁ ସାହାୟତା ପ୍ରଦାନ, ଶିକ୍ଷା କ୍ଷେତ୍ରରେ ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସାହାଯ୍ୟ ଓ ସହଯୋଗ, ରକ୍ତଦାନ ଶିବିର ଭଳି ବହୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରି ଆସୁଛି । ଏହି ପରିପ୍ରେକ୍ଷୀରେ ମାଇଁ ଏନ.ସି. ସି. ଆଲୁମିନି ଆସୋସିଏସନ ପକ୍ଷରୁ ଚିହ୍ନଟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଚଳିତ ବର୍ଷ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ନାଚ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫିି ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । “ମାଇଁ ଏନ.ସି. ସି. ଆଦର୍ଶ ସେବକ” ଭାବରେ ଗୌରାଙ୍ଗ ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । “ମାଇଁ ଏନ.ସି.ସି. ସମ୍ପର୍କ ସମ୍ମାନ”ରେ ପ୍ରଶାନ୍ତ କୁମାର ନାୟକ ଏବଂ ଉମାକାନ୍ତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆସୋସିଏସନର ସଦସ୍ୟ ପୁରସ୍ତମ ପ୍ରଧାନ, ଆଶିଷ କୁମାର ଦାସ, ଶାଜିଦ ଖାନ, ସନ୍ତୋଷ କୁମାର ପ୍ରଧାନ ଏବଂ ପ୍ରଫୁଲ କୁମାର ଯେନା ପ୍ରମୁଖଙ୍କୁ ମାଇଁ ଏନ.ସି.ସି. ପ୍ରଗତିଶୀଳ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଏନ.ସି.ସି.କ୍ୟାଡେଟ ମାନଙ୍କ ମଧ୍ୟରେ ଗାର୍ଲ୍ସ ଉଇଙ୍ଗ ସିନିଅର ଅଣ୍ଡର ଅଫିସର ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସର୍ବୋଚ୍ଚ ନମ୍ବର ରଖିଥିବାରୁ “ଡ଼କ୍ଟର ପ୍ରଭାସିନୀ ମହାପାତ୍ର ସ୍ମୃତି” ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ଦଶମ ଶ୍ରେଣୀରେ ଟପର ହୋଇଥିବା ଛାତ୍ରୀକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରାପଡ଼ା ମହାବିଦ୍ୟାଳୟର +୨ଏବଂ +୩ ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁଷ୍ପଗୁଛ ଏବଂ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆସୋସିଏସନର ଉପସ୍ଥିତ ଥିବା ସଦସ୍ୟ / ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମାଇଁ ଏନ.ସି. ସି. ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟମାନଙ୍କ ସମେତ ବର୍ତ୍ତମାନର ବାଳକ ଓ ବାଳିକା ବିଭାଗର ଏନ.ସି.ସି. କ୍ୟାଡେଟ ମାନଙ୍କ ଦ୍ୱାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading