୫୧ବର୍ଷରେ ମଢିଆଳ କାର୍ତ୍ତିକେଶ୍ୱର ପୂଜା



କେନ୍ଦ୍ରାପଡାର ସର୍ବପୁରାତନ କାର୍ତ୍ତିକେଶ୍ୱର ପୂଜା ସହରର ମଢିଆଳସ୍ଥିତ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ୧୯୭୨ମସିହାରେ ପ୍ରଥମେ ହରିହର ବେହେରା, ସ୍ୱର୍ଗତ ଗିରିଧର ସାହୁ, ଚିତ୍ତରଞ୍ଜନ ଭଗତ, ସ୍ୱର୍ଗତ ରବିନ୍ଦ୍ର ମଣ୍ଡଳ ଓ ମଧୁସୁଦନ ମହାଲିକ ଏହି ପୂଜା ଆରମ୍ଭ କରିଥିଲେ । ୫୦ପଇସା ଚାନ୍ଦାରେ ଆରମ୍ଭ ହୋଇଥିବା ଏହି ପୂଜାର ବଜେଟ ସମୟାନୁକ୍ରମେ ବୃଦ୍ଧି ପାଇ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ୱରେ ଏବେ ପହଞ୍ଚିଛି । ଏହି ମଣ୍ଡପର ବିଶେଷତ୍ୱ ହେଉଛି ଏଠାରେ ଗଣେଷ ପୂଜା, ଦୁର୍ଗା ପୂଜା, ଗଙ୍ଗାରଥ ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା, ଶାରଳା ମେଳା ଓ ସରସ୍ୱତୀ ପୂଜା ପ୍ରଭୃତି କରାଯାଇଥାଏ । ଏବେ କମିଟିର ସଭାପତି ମନ୍ମଥ ସିଂହ ଓ ସମ୍ପାଦକ ଭଗୀରଥ ସାହୁ ଥିବା ବେଳେ ସେମାନେ ସ୍ୱଚାରୁ ରୂପେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଦସ୍ୟ ଭାବେ ସୁବାଷ ଚନ୍ଦ, ଚିତ୍ତରଞ୍ଜନ ଭଗତ, ଶମ୍ଭୁ ଚାନ୍ଦ, ହିମାଞ୍ଜନ ସାହୁ, ସମୀର ଚାନ୍ଦ ପ୍ରମୁଖଙ୍କ ସହଯୋଗରେ ପୂଜା କାର୍ଯ୍ୟ ଚାଲିଛି ।


Next Post

ବିିଦ୍ୟୁତ ତାର ବିଛାଇ ବାରହା ଶିକାର ଅଭିଯୋଗ, ତନଖି ଜାରି

Tue Nov 28 , 2023
କେନ୍ଦ୍ରାପଡା ଜିଲା ମହାକାଳପଡା ରେଜ ଅଞ୍ଚଳ ଜଙ୍ଗଲଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ସିମାନ୍ତ ଅଂଚଳ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଦୁପୁର ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଏହାର ସୁଯୋଗ ନେଇ ମଙ୍ଗଳବାର ରାତିରେ ଶିକାରୀମାନେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ତାରରେ ବେଆଇନ ହୁକ ପକାଇ ବାରହା ଶିକାର କରୁଥିବା ମହାକାଳପଡା ରେଂଜରେ ଅଭିଯୋଗ ହେଉଛି । ମହାକାଲପଡା ରେଂଜନ କାର୍ତିକେଶ୍ୱର ଖଣ୍ଡାଇ […]

KANIKA