ବାଇପାସ୍ ରାସ୍ତା କାମ ; ଜଳସେଚନରେ ବାଧା ସୃଷ୍ଟି ହେବା ଆଶଙ୍କା , ପାଣି ବିନା ହଇରାଣ ହେବେ ଚାଷୀକୂଳ


କଟକ ଜଗତପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବାଇପାସ ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାମରେ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ଜେସିବିରେ ମାଟି ଉଠାଇ ରାସ୍ତା କାର୍ଯ୍ୟରେ ବ୍ୟବହାର କରିବାରୁ କେନାଲ ଖାଲୁଆ ହେବା ସହ ଜଳଧାରଣ କ୍ଷମତା ହ୍ରାସପାଇ ଉପରମୁଣ୍ଡ ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲକୁ ଜଳସେଚନରେ ବାଧା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ଫଳରେ ଏହି କେନାଲ ଉପରେ ନିର୍ଭର ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଚାଷୀକୂଳ ପାଣି ବିନା ହଇରାଣ ହେବେବୋଲି ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ପ୍ରକାଶ କରିଛନ୍ତି । ତେବେ ଏ ନେଇ ବିଭାଗିୟ ଠିକାଦାର ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ କେନାଲରେ ଜଳ ପରିଚାଳନା ଠିକ୍ ହୋବାରେ ବାଧା ଉପୁଜୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୁଦ୍ଧିଜିବୀ ପ୍ରବିର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧିନରେ ଥିବା କେନାଲର ବାଇପାସଠାରୁ କଖାରୁଣୀ ପର୍ଯ୍ୟନ୍ତ ଦକ୍ଷିଣପାଶ୍ୱର୍ ରାସ୍ତାକାମ ଚାଲୁଥିବା ବେଳେ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ଜେସିବିରେ ମାଟି ଉଠାଇ ରାସ୍ତା ଉଚ୍ଚା ଓ ଚଉଡା କରିଚାଲିଛନ୍ତି । ରସ୍ତା କାମରେ ବାହାରୁ ମାଟିବାଲି ଆଣି ନିର୍ମାଣକାର୍ଯ୍ୟ କରିବାକୁ ବୈଷୟିକ ନିର୍ଦ୍ଦେଶନାମା ଥିବାବେଳେ ଠିକାଦାର କେନାଲ ଖୋଳି ଯେନେତେନ ପ୍ରକାରେ କାମ କରୁ ଥିବା ଅଭିଯୋଗ ହୋଇଛି ।

କୁଷକ ନେତା ବିଜୟ ଦାସ କୁହନ୍ତି ବାଇପାସ୍ ରାସ୍ତା ତିଆରି କାମ ଯୋଗୁ ପଟ୍ଟାମୁଣ୍ଡାଇ କେନାଲର କେତେକ ସ୍ଥାନ ପୋତିହେବା ସହ କେତେକ ଖାଲୁଆ ହେବାରେ ଲାଗିଛି । ଶତାଧିକ ଏକର ଚାଷଜମିକୁ ପାଣି ଯିବାରେ ବ୍ୟାଘାତ ସୃଷ୍ଟି ହେଉଛି । କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା କହୁଛନ୍ତି । କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରୁଛି ସେହିକେନାଲ ଖୋଳା ପୋତା ହୋଇ (ଝିଟିକା ମାରି ବଣୀ ପୋଷ ) ନିତିରେ ଜାତିୟ ଉଦ୍ୟନ ଭିତରକନିକାକୁ ଗମନାଗମନ ପାଇଁ ନୂତନ ବାଇପାସ୍ ରାସ୍ତା ନିର୍ମାଣ ଚାଲିଛି । କେନାଲର ଅଧିକାଂଶ ସ୍ଥାନ ଖୋଳା ହେବା, ପୋତା ହୋଇ ବନ୍ଧ ହେବା ଓ ପଙ୍କ ମାଟି ବ୍ୟବହାର କରାଯିବାରୁ କେନାଲଟି ସଂପୁର୍ଣ୍ଣ ନଷ୍ଠଭ୍ର୍ରଷ୍ଟ ହୋଇଚାଲିଛି । ଫଳରେ ଧୀରେଧୀରେ କେନାଲ ସଙ୍କୁଚିତ ହେବା ସହ ପୋତି ହୋଇଯିବାରେ ଲାଗିଛି । ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳର ଶତାଧିକ ଚାଷୀଙ୍କ ପରିବାରଙ୍କ ପେଟକୁ ପର୍ତୂ ବିଭାଗ ନାତ ମାରୁଛି ବୋଲି ଅଭିଯୋଗ ଆଣିଛି ଅଂଚଳର ଶତାଧିକ ଚାଷୀ, ବୁଦ୍ଧିଜୀବୀମାନେ ।

ସାମାଜିକକର୍ମୀ କହିଛନ୍ତି, ବ୍ରିଟିଶ ଅମଳର ଏହି କେନାଲ ନୌବାଣିଜ୍ୟର ସ୍ୱତନ୍ତ୍ର ପରିଚୟରେ ଆମଦାନୀଠାରୁ ରପ୍ତାନି ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା । ଏହି କେନାଲ ଓ ଶାଖା ଅଂଚଳରେ ଥିବା ଜମି ଶସ୍ୟଶ୍ୟାମଳା ହୋଇଉଠୁଥିଲା । ଚାଷଜମିକୁ ଜଳଯୋଗାଣ ବ୍ୟବସ୍ଥା ସୁସଙ୍ଗଠିତ ଓ ସୁନିୟନ୍ତ୍ରିତ ହୋଇପାରିବା ନେଇ ୨୦୧୬ରେ ଦୁଇପାଶ୍ୱକୁ ପୋତାଯାଇ ଏହାର ଓସାରକୁ କମାଇଦିଆଯାଇଥିଲା । ହେଲେଏବେ ନୂତନ ବାଇପାସ ରାସ୍ତା ନିର୍ମାଣ କରୁଥିବା ଠିକାଦାର ବେଆଇନ ଭାବେ କେନାଲରୁ କେଉଁଠି ମାଟି ଉଠାଇ ତ ଆଉ କେଉଁଠି ମାଟିକୁ ଗଦାକରି କାମ କରୁଛନ୍ତି । ଏବେ ଏହି କେନାଲର ଅଧିକାଂଶ ଯାଗାରେ କେଉଁଠି ଗାଢ ହୋଇଛି ତ କେଉଁଠି ଉଚ୍ଚା ରାସ୍ତା ଭଲି ହୋଇରହିଛି । ଫଳରେ କେନାଲରେ ପାଣି ଆସିଲେ ଏବଂ ବର୍ଷାହେଲେ ମାଟିବୋହି କେନାଲଶଯ୍ୟା ପୋତିହୋଇ ଜଳଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟିହେଇ ଚାଷ ଜମିପଡିଆ ପଡିବା ଆଶଙ୍କା ପ୍ରକାଶପାଉଛି । ଏସମ୍ପର୍କରେ ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ସାହୁ କୁହନ୍ତି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଛି  ।


Next Post

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

Tue Jan 2 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଗ୍ରାମର ଅଜିତ କୁମାର ଦାଶଙ୍କ ୨ ବଖରା ଘର ଗତକାଲି ବିଳମ୍ବିତ ରାତିରେ ପୋଡିପାଉଁଶ ହୋଇଯାଇଛି । ଫଳରେ ଘର ମଧ୍ୟରେ ଥିବା ସମସ୍ତ ଜିନିଷପତ୍ର ପୋଡି ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ, ଆନୁମାନିକ ୧୦ ଲକ୍ଷ ଟଙ୍କା ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି ବୋଲି କୁହାଯାଉଛି ।   ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ […]

You May Like