ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଗ୍ରାମର ଅଜିତ କୁମାର ଦାଶଙ୍କ ୨ ବଖରା ଘର ଗତକାଲି ବିଳମ୍ବିତ ରାତିରେ ପୋଡିପାଉଁଶ ହୋଇଯାଇଛି । ଫଳରେ ଘର ମଧ୍ୟରେ ଥିବା ସମସ୍ତ ଜିନିଷପତ୍ର ପୋଡି ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ, ଆନୁମାନିକ ୧୦ ଲକ୍ଷ ଟଙ୍କା ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି ବୋଲି କୁହାଯାଉଛି ।

 

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ହଠାତ୍ ଅଜିତଙ୍କ ଘର ହୁତୁ ହୁତୁ ହୋଇ ଉଗ୍ରରୂପ ନେଇଥିଲା । ଏହା ଦେଖି ଘରଲୋକେ ସହାୟତା ପାଇଁ ଡାକ ପକାଇ ଥିଲେ । ନିଆଁର ପ୍ରକୋପ ଏତେ ଥିଲା ଯେ ପୋଖରୀରୁ ପାଣି ଆଣି ନିଆଁ କୁ ଆୟତ କରିବା ସମ୍ଭବ ନ ଥିଲା ।ତୁରନ୍ତ ପଟ୍ଟାମୁଣ୍ଡାଇ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ । ଲୋକେ ମଟର ସାଇକେଲ ଯୋଗେ ଖବର ଦେବା ପରେ ଦମକଳ ଗାଡି ଢେର୍ ବିଳମ୍ବରେ ପହଁଚିଥିଲା ବେଳକୁ ନିଆଁ ପ୍ରକୋପରେ ୨ ବଖରା ଘର ଭସ୍ମୀଭୂତ ହୋଇ ସାରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଅଞନ ଦାଶ କହିଛନ୍ତି । ତେବେ ଗତକାଲି ନୂଆ ବର୍ଷ ପାଇଁ ଦମକଳ କର୍ମଚାରୀ ବ୍ୟାସ୍ତଥିବାରୁ ଗାଡି ନେଇ ଆସିବା ବିଳମ୍ବ ହୋଇଛି ବୋଲି ଜଣାପଡିଛି । ନିଆଁ କେମିତି ଲାଗିଲା ଜଣା ପଡି ନ ଥିଲେ ମଧ୍ୟ ଅଗ୍ନିକାଣ୍ଡରେ ଘର ମଧ୍ୟରେ ଥିବା ସମସ୍ତ ଆସବାବପତ୍ର, ବସ୍ତା ଧାନ,ଚାଉଳ, ପଲଙ୍କ,ଖଟ, କଂସା ବାସନ, ଗହଣାଗାଣ୍ଠି, ଅଜିତ କରିଥିବା ଟେଣ୍ଡହାଉସ କପଡା ଓ ଅନ୍ୟାନ ସାମନ୍‌, ସାଇକେଲ, ଟିଭି,ସମସ୍ତ କାଗଜପତ୍ର ପୋଡି ହୋଇ ପାଉଁଶ ହୋଇ ଯାଇଛି । ସଦର ଭାରାପ୍ରାପ୍ତ ଆରଆଇ ସାରାମଣୀ ସୋରୋନ ପ୍ରାଥମିକ ତଦନ୍ତ କରି ଫେରଯାଇଥିଲେ ବି ସରକାରୀ ନିୟମାନୁସାରେ ସମସ୍ତ ସହାୟତା ପ୍ରଦାନ କରା ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 


Next Post

କଲେଜ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟକୁ ଛାତ୍ର କଂଗ୍ରେସର ବିରୋଧ ; ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଦାବି

Tue Jan 2 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଅନୁଷ୍ଠିତ ନୂଆ-ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପାଖରେ ବିଧାୟକଙ୍କ ଫଟୋଚିତ୍ର ଲଗାଇଥିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ଛାତ୍ର କଂଗ୍ରେସର କର୍ମକର୍ତାମାନେ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା ପରିଷଦ ସଭାପତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟକ୍ରମକୁ ବିରୋଧ କରି ନିଲମ୍ବନ ଦାବି କରିଛନ୍ତି […]

You May Like