କଲେକ୍ଟୋରେଟ ଷ୍ଟାଫ କମିଟି ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା,୨ା୧: ସ୍ଥାନୀୟ ସଂସ୍କୃତି ଭବନଠାରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ । କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର ସଭାପତି ଦିବାକର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ସମସ୍ତ ବ୍ଲକ୍‌ର ବିଡିଓ, ତହସିଲ୍‌ଦାର, ସିଡିପିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍‌ର ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ସୁକାନ୍ତ କୁମାର ଜେନା, ପ୍ରଦୀପ କୁମାର ଦାସ, ସୌଭାଗ୍ୟ ରଞ୍ଜନ ଦାସ, ଚିତରଞ୍ଜନ ବେହେରା, ଦିଲିପ କୁମାର ଖଟୁଆ, ରୁଦ୍ର ପ୍ରସାଦ ସାହୁ, ଉମେଶ ଚନ୍ଦ୍ର ବେହେରା, ପୂର୍ବତନ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶୈଳେନ୍ଦ୍ର ନାରାୟଣ ପ୍ରଧାନ । ଏହି ଅବସରରେ ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନ ଓ ନ୍ୟୁ ଷ୍ଟାର ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ଭାବଗ୍ରାହୀ କଳାନିକେତନର କଳାକାରମାନେ ସଙ୍ଗୀତ ପରିବେଷଣ କରିଥିଲେ । କଲେକ୍ଟୋରେଟ୍‌ରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦ୍ୱାରା ମଂଚସ୍ଥ ହୋଇଥିଲା ନାଟକ ‘ଶେଷ ଠିକଣା ।’ ଯେଉଁ ପିତାମାତାଙ୍କୁ ଜୀବନ୍ତ ଈଶ୍ୱରଭାବେ ପୂଜା କରାଯାଏ, ସେ ସମ୍ପ୍ରତି ଅଲୋଡ଼ା ଶିକ୍ଷିତ ପୁଅ ବୋହୂଙ୍କ ପାଖରେ । ତାଙ୍କର ଠିକଣା କେବେ ଜରାଶ୍ରମ ତ କେବେ ବଡ଼ଦାଣ୍ଡ । ଉଗ୍ର ଆଧୁନିକତାର ଅଳନ୍ଦୁ ଭିତରେ କିପରି ହଜିଯାଉଛି ମଣିଷପଣିଆ, ବନ୍ଧା ପଡ଼ୁଛି ମାନବିକତା, ତାକୁ ନେଇ ଗତିଶୀଳ ହୁଏ ନାଟକ ‘ଶେଷ ଠିକଣା’ । ମାତ୍ର ଜୀବନର ତିକ୍ତ ଅନୁଭୂତି ହିଁ ପରିଶେଷରେ ଦର୍ଶାଇ ଦେଇଛି ବାସ୍ତବରେ କେଉଁଠି ଆମର ‘ଶେଷ ଠିକଣା’ ତ ନାଟକରେ ପଡ଼ିଥିଲା ଯବନିକା । ଏହି ନାଟକରେ ପ୍ରଦ୍ୟୁମ୍ନ କୁମାର ଜେନା ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପରେ ସଞ୍ଜୟ କୁମାର ମଲ୍ଲିକ, କାହାଣୀ ଦିବ୍ୟ ରଞ୍ଜନ ବେହେରା ଓ ସହଯୋଗିତାରେ ଥିଲେ ନରେନ୍ଦ୍ରନାଥ ସୋରେନ । ପରିଶେଷରେ ଜିଲ୍ଲା କାର୍ଯ୍ୟାଳୟରେ ହୋଇଥିବା ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଂଟ୍‌ର ବିଜୟୀ ଓ ରନର୍ସଅପ୍ ଦଳକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ମ୍ୟୁଜିକ୍ ଚେୟାର୍ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା କୃତୀ କର୍ମଚାରୀଙ୍କୁ ଜିଲ୍ଲାପାଳ ଶ୍ରୀ ଋତୁରାଜ୍ ପୁରସ୍କୃତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading