ସମାଜସେବୀ ଜନାର୍ଦ୍ଦନ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ



ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ସମାଜସେବୀ ବେଲତଳ ଗ୍ରାମର ଜନାର୍ଦ୍ଦନ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ଗ୍ୟାମ୍ପନ କରାଯାଇଛି।ରାଜନଗର ବିଧାୟକ ଧ୍ରୁବ ସାହୁ,ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳ, ଅବସରପ୍ରାପ୍ତ ପ୍ରଶାସକ କେଳୁଚରଣ ସ୍ବାଇଁ, ପ୍ରଫେସର ଅଜୟ ସାମଲ, ଆଡ଼ଭୋକେଟ ରମଣୀ ରଞ୍ଜନ ରାଉତରାୟ, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର ଦେବବ୍ରତ ପ୍ରଧାନ ବ୍ଲକ ବି ଜେ ଡି ସଭାପତି କିଶୋର ସାହୁ,ନଗର ବି ଜେ ଡି ସଭାପତି ଖଗେଶ୍ୱର ଲେଙ୍କା, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ,ଓକିଲ ସଂଘ ସଭାପତି ତପନ ମିଶ୍ର, ଆଡ଼ଭୋକେଟ ସୂର୍ଯ୍ୟ ରାଉଳ, ଜିଲ୍ଲା ସି ପି ଏମ ସମ୍ପାଦକ ଗୟାଧର ଧଳ, ପଟ୍ଟମୁଣ୍ଡାଇ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ଦାଶ, ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ବାଇଁ, ଆଡ଼ଭୋକେଟ ବୀରକିଶୋର ଦାସ, ସଲିଲେନ୍ଦୁ ମହାନ୍ତି,ବାମପନ୍ଥୀ ନେତା ଶ୍ରୀକାନ୍ତ ଲେଙ୍କା,ସରପଞ୍ଚ ହେମନ୍ତ ମହାନ୍ତି,ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଳଭ ନାୟକ,ବେଲେଶ୍ୱର ସାହିତ୍ୟ ସଂସଦ ର ସମ୍ପାଦକ ପ୍ରମୋଦ ସାହୁ,ପରିବେଶବିତ ବିଜୟ କବି,ଶିକ୍ଷାବିତ ମନୋଜ ଶତପଥି, କବି ଗୌରାଙ୍ଗ ମହାନ୍ତିରାଜେନ୍ଦ୍ର କୁମାର ଦାଶ,ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ଅକ୍ଷୟ ସାହୁ,ଜଗନ୍ନାଥ ଆଚାର୍ଯ୍ୟ,ଅନିଲ ଚୌଧୁରୀ,ଅଲେଖ ଶର୍ମା ,ପ୍ରବୀର ନାୟକ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରାଦ୍ଧ ଉତ୍ସବ ଅବସରରେ ପଣ୍ଡିତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୌମ୍ୟ ରଞ୍ଜନ ନନ୍ଦ ଓ ଅଭୟ କୁମାର ନନ୍ଦ ପ୍ରମୁଖ ଶ୍ରୀମଦ ଭାଗବତ ଗୀତା ଆବୃତ୍ତି କରିଥିଲେ । ଶେଷରେ ପୁତ୍ର ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading