
ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରପଡ଼ା ଜିଲ୍ଲା ଅମଲା ସଂଘ । ଓଡ଼ିଶା ରାଜସ୍ୱ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ୬/୧/୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡିଶା ରାଜସ୍ଵ ଅମଲା ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟାଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।ଏଥିନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଜାନୁଆରୀ ୬ତାରିଖକୁ ଐତିହାସିକ ଓ ସ୍ମରଣୀୟ ଦିବସ ବୋଲି ବିବେଚନା କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହାକୁ ସାକାର କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା 5t ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ରାଜସ୍ଵ ଅମଲା ସଂଘର ମାର୍ଗ ଦର୍ଶକ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜସ୍ଵ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଲାଲା ମନୋଜ ରାୟ, ରବିନ୍ଦ୍ର ସେଠୀ, ଆଦିତ୍ୟ ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ଏହି ସାଧାରଣ ସଭାରେ ପୂର୍ବତନ ସଭାପତି ତଥା ଉପଦେଷ୍ଟା ଶ୍ରୀ ଦିନବନ୍ଧୁ ରଥ, ଉପଦେଷ୍ଟା ଦିବାକର ମହାନ୍ତି, ଜିଲ୍ଲା ସଭାପତି ସୁକାନ୍ତ କୁମାର ଜେନା, ରାଜ୍ୟ ଉପସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ସମ୍ପାଦକ ବିଭୂତି ଭୂଷଣ ବେହେରା, କାର୍ଯ୍ୟକାରୀ ସଭାପତି ରାଜେଶ ମହାନ୍ତି, ପ୍ରଦୀପ କୁମାର ଦାସ ଓ ସମସ୍ତ ସଭ୍ୟସଭ୍ୟା ଯୋଗଦେଇଥିଲେ ।











