ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଦୀର୍ଘବର୍ଷ ଧରି କ୍ଷମତା ବାହାରେ ଥିବା ବିରୋଧି ଦଳ ହତାଶ ହୋଇ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ହାତବାରିସୀ କରି ଟେଣ୍ଡର ଫିକ୍ସିଙ୍ଗର ଫେକ ଭିଡ଼ିଓ ଓ ଅଡିଓ ଜରିଆରେ ବିଧାୟକଙ୍କୁ ବଦନାମ କରିବା ପାଇଁ ବିଧିବଦ୍ଧ ଷଡଯନ୍ତ୍ର କରିଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା ଏକ ମିଳିତ ପ୍ରେସ ବିବୃତିରେ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସିଲେ ରାଜନଗର ନିର୍ବାଚନମଣ୍ଡଳୀରେ ଥିବା ବିରୋଧୀଦଳମାନେ ଔଷଧ ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଛନ୍ତି । ଗୋଟିଏ ପରିବାର ୩୭ବର୍ଷ ଧରି ରାଜନଗରକୁ ଶାସନ କରିବା ସହିତ ଦୁଇ ଦୁଇ ଥର ମନ୍ତ୍ରୀ ହୋଇ ରାଜନଗରର ବିକାଶ କରିବା ପରିବର୍ତେ ହଜାର ହଜାର କୋଟି କଳା ଟଙ୍କାର ମାଲିକ ହେବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଓ ଦଳରୁ ବିଦା କରିଥିଲେ । ସମ୍ପ୍ରତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜନଗର ବିଧାୟକ ଧ୍ରୁବ ସାହୁ ସାହୁ ନବୀନ ଓଡିଶାର ସାରଥୀ ସାଜି ରାଜନଗର-ପଟ୍ଟାମୁଣ୍ଡାଇ ବିକାଶର ନେତୃତ୍ୱ ନେଇଛନ୍ତି । ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଯାହା ହୋଇନଥିଲା କରୋନା ମହାମାରୀ ସତ୍ୱେ ବିଗତ ୫ବର୍ଷରେ ରାଜନଗର-ପଟ୍ଟାମୁଣ୍ଡାଇ ବିକାଶ ଶିଖର ଛୁଁଇଛି ଓ ବିକାଶ ପ୍ରକ୍ରିୟା ଜାରି ରହିଛି । ବିକାଶର ମହାଯାତ୍ରାକୁ ଦେଖି ଛାନିଆ ହୋଇଯାଇଥିବା କଂଗ୍ରେସ ଓ ଭାଜପା ଦଳ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମ ଓ ୱେବକୁ ହାତବାରିସୀ କରି ଫେକ ଭିଡ଼ିଓ ଓ ଅଡିଓ ପ୍ରସ୍ତୁତ କରି ବିଧାୟକଙ୍କୁ ବଦନାମ କରିବା ଓ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଷଡଯନ୍ତ୍ର କରିଛି । ଏହାକୁ ନେଇ ବିଧାୟକଙ୍କ କୁଶ ପୁତଳିକା ଦାହ କରିବା ଘଟଣାକୁ ବିଜେଡି ନିନ୍ଦା କରୁଛି । ବିରୋଧୀଦଳନେତାମାନେ ନିଜର ଅଜ୍ଞତା ଯୋଗୁଁ ଇ ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ଚୟନ ପ୍ରକ୍ରିୟା ସମ୍ପର୍କରେ ଅନ୍ଧାରରେ ଅଛନ୍ତି । ଇ ଟେଣ୍ଡର ପ୍ରକ୍ରିୟାରେ ଏଲ ୧ ଠିକାଦାର ଯିଏ ହେବ ସେ ଠିକା କାମ କରିବ ବୋଲି ବ୍ୟବସ୍ଥା କରାଯାଇଛି । ବେଲପାଳ ଆରଆଇ ଅଫିସ ଟେଣ୍ଡର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ କାର୍ଯାଳୟରେ ଇ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଛି । ଏଲ-୧ ଠିକାଦାର ଏଗ୍ରିମେଂଟ କରି କାମ କରୁଛନ୍ତି । ଏପରି ସ୍ଥଳେ ନିର୍ବାହୀଯନ୍ତ୍ରୀଙ୍କ କାର୍ଯାଳୟର ଜେଇ ଓ ଏଷ୍ଟିମେଟର କିପରି ଟେଣ୍ଡର ଫିକ୍ସିଙ୍ଗ କରିପାରିବେ ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ର ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମର ଫେକ ଭିଡ଼ିଓ ଓ ଅଡିଓକୁ ଭିତି କରି କଂଗ୍ରେସ ଓ ଭାଜପା ପରି ବିରୋଧୀଦଳ ଔଷଧ ବିକଳରେ ତାଟିଆ କାମୁଡି ଅଯଥା ହୋ ହାଲ୍ଲା ଓ ଜନମତକୁ ବିଭ୍ରାନ୍ତ କରୁଛନ୍ତି, ଯାହା କେବେ ସଫଳ ହେବ ନାହିଁ ବୋଲି ବିଜେଡି ନେତାମାନେ ସ୍ପଷ୍ଟ କରିଦେଇଛନ୍ତି ।
kanikanews.in
Next Post
ଚନ୍ଦନପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ
Wed Jan 10 , 2024
କେନ୍ଦ୍ରାପଡା ୧୦/୧- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ନୂଆସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାଥଶର୍ମା ସଭାପତିତ୍ୱ କରିଥିଲେ । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ ସର୍ବାଧିକ ଭୋଟ ଦେଇ ନିର୍ବାଚିତ କରିବାକୁ ଏକ ପ୍ରସ୍ତାବ ବିପୁଳ କରତାଳି ମାଧ୍ୟମରେ ପାରିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ ଅଭିଭାଷଣ […]

You May Like
- 8 months ago
କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ
- 5 months ago
ରେଡ଼ିଓ ଭାବଗ୍ରାହୀର ୪ର୍ଥ ସ୍ୱନକ୍ଷତ୍ର ଦିବସ ସମାରୋହ
- 7 months ago
ପିଲାମାନେ ଆକାଶ ଛୁଇଁବାକୁ ଉଦ୍ୟମ କରନ୍ତୁ
- 1 year ago
ନିର୍ବାଚନ ଋତୁରେ ଡିଆଁ ଡେଇଁ ଖେଳ ବା ଦଳବଦଳ ନିତୀ