ବଡ଼ମୂଳବସନ୍ତ ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ



ଧାନର ଅଭାବୀ ବିକ୍ରି ଦୂର କରିବା ପାଇଁ ରାଜ୍ୟ ସରକାର ଓ ସମବାୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଏକ ମଣ୍ଡି ଖୋଲା ଯାଇଛି ।ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବଡ଼ମୂଳବସନ୍ତ ସମବାୟ ସମିତି ସଭାପତି ସଞ୍ଜୟ ଲେଙ୍କା ମୁଖ୍ୟଅତିଥି ଭାବେ ମଣ୍ଡିକୁ ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ସମବାୟ ସମିତି ସମ୍ପାଦକ ଅଜୟ ଦାସ, ନିର୍ଦେଶକ ମକର ସେଠୀ, କୃଷ୍ଣ ଚନ୍ଦ୍ର ଧଳ, ଛତିଶ ପରିଡା, ଅକ୍ଷୟ ଦାସ, ବିଶ୍ୱନାଥ ବାରିକ, ସ୍ନେହଲତା ଅଧିକାରୀ, ଫକୀର ଜେନା, କିଶୋର ସ୍ୱାଇଁ, ମନୋଜ ପାତ୍ରଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ ।


Next Post

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଦ୍ୱିତୀୟ ଦିନରେ  ୪୨୯ ଜଣ ଯୋଗ୍ୟ ବିବେଚିତ

Wed Jan 10 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଦକ୍ଷତା ବିକାଶ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଦ୍ୱିତୀୟ ତଥା ଅନ୍ତିମ ଦିବସ ଅନୁଷ୍ଠିତ ହୋଇଯାଇଛି । ରାଜନଗରର ବିଧାୟକ ଧ୍ରୁବଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରି କହିଥିଲେ ଏଣେତେଣେ ଘୁରିବୁଲୁଥିବା ବେକାରୀ ଯୁବକ ଯୁବତୀମାନେ ଏଠାକୁ ଆସିଥିବା ବିଭିନ୍ନ ସଂସ୍ଥା ଦ୍ୱାରା ଚାକିରୀ […]

You May Like