ସହରାଂଚଳ ଗ୍ରାମାଂଚଳ ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଦୂରଦୁରାନ୍ତରୁ ଆସୁଥିବା ଲୋକ ସୁସ୍ୱାଦୁ ଖାଦ୍ୟ ଯୋଗାଇଦେବା ଲକ୍ଷରେ ଜିଲ୍ଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ଗତ ୩ ବର୍ଷ ତଳେ ମିଶନ ଶକ୍ତି କାଫେ ଖୋଲି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦେଇଥିଲା । ମାତ୍ର ଏହି କଫେ କିଛିଦିନ ଚାଲିଲା ପରେ ଏବେ ବନ୍ଦ ହୋଇ ପଡିଥିବାରୁ ଏହା ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟୁଛି ।
ପ୍ରକାଶ ଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ପରିଷରରେ ମିସନଶକ୍ତି କାଫେ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେବା ପରେ ବ୍ଲକରେ ଥିବା ଷ୍ଟୋର ଘରକୁ ନବିକରଣ କରାଯାଇ ୨୦୨୧ ଅଗଷ୍ଟ ୩୧ରେ ଅନୁଷ୍ଟାନିକ ଭାବେ ଉଦଘାଟନ କରାଯାଇଥିଲା । ଏହାର ପରିଚାଳନା ଦାୟିତ୍ୱ ପଟ୍ଟାମୁଣ୍ଡାଇ ମହିଳା ବିଏଲଏ ମହାସଂଘକୁ ଦିଆଯାଇଥିଲା ।ସଭାପତି ସୁପ୍ରଭା ଦାସଙ୍କ ନେତୃତ୍ୱରେ ସଂଘ ମହିଳା ମାନେ ଏହି କାଫେ ପରିଚାଳନା କରୁଥିଲେ । ପରବର୍ତୀ ସମୟରେ ଉକ୍ତ ସଂଘ ଏଥିରୁ ଓହରି ଭଡା ସୁତ୍ରରେ ଏକ ହୋଟେଲ ମଲିକଙ୍କୁ ହସ୍ତାନ୍ତର କରାଇଥିଲେ । ସେ ମଧ୍ୟ କିଛିଦିନ ଚଳାଇବାପରେ ଛାଡି ଚାଲିଯାଇଥିଲେ । ଏହି ଭଳି ଭାବେ ଦୁଇତିନି ଜଣ ହୋଟେଲ ବାଲା ଏହି କାଫେକୁ ପରିଚାଳନା କରି ନପାରି ଚଲିଯିବାରୁ ସମ୍ପ୍ରତି ଏହି କାଫେଟି ଅବ୍ୟବହୃତ ହୋଇ ପଡ଼ିରହିଛି । ଏହାର ଲାଇଟ, ଆକୁଆଗାଡ ଖରାପ ହୋଇପଡିଥିବା ବେଳେ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଗୁଡ଼ିକ ଏଣେ ତେଣେ ରହିଛି । ଦୁରଦୁରାନ୍ତରୁ ବ୍ଲକ ଓ କୋଟକୁ ଆସୁଥିବା ଲୋକେ ମିସନ ଶକ୍ତିରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ମିଳିପାରୁନାହିଁ ବୋଲି ମତ ଦେଇଛନ୍ତି । ଏବେ ଉକ୍ତ କାଫେ ପରିଚାଳନା କରିବାକୁ କେହି ରାଜି ହେଉନାହାନ୍ତି । ଏ ବାବଦରେ ମିଶନଶକ୍ତି ଡିପିସି ପ୍ରଭୁଧବଳେଶ୍ୱର ବରାଳଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ କାଫେ ପାଇଁ ଅନ୍ୟ ଏକ ଏସ୍ଏଚ୍ଜିକୁ ମନୋନିତ କରାଯାଇଛି । ପରିଚାଳନାଗତ ପ୍ରକ୍ରିୟା ଜାରି ରହିଛି । ପରେ ଏହାର ଦାୟିତ୍ୱ ଯୋଗ୍ୟ ଏସ୍ଏଚ୍ଜିକୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ ।