ପଟ୍ଟାମୁଣ୍ଡାଇ ପୌରାଂଚଳ ୧୫ ନଂ ୱ୍ୱାର୍ଡରେ ଅର୍ପଣ ରଥକୁ ବିରୋଧ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ୧୫ ନଂ ୱ୍ୱାର୍ଡ ଅଳଭା ଦଳିତ ସାହିରେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । ଦୀର୍ଘ ମାସ ହେଲା ଗ୍ରାମରେ ଲାଗିରହିଥିବା ଅସାନ୍ତି ଲୋକେ ଆଜି ଜଗନ୍ନାଥଙ୍କ ଅର୍ପର ରଥ ଉପରେ ସୁଝାଇଛନ୍ତି । କାରଣ ଗ୍ରାମରେ ହେଉଥିବା କୌଣସି କାର୍ଯ୍ୟକ୍ରମରେ ଆମକୁ ସାମିଲ କରାଯାଉନଥିବା ବେଳେ ରଥକୁ କାହିଁକି ଏଠରେ ପରିକ୍ରମା କରାଉଛ ବୋଲି କେତେଜଣ କହି ଅଡି ବସିଥିବା ବେଳେ କେହିକେହି ବିଜେଡି ୱ୍ୱାର୍ଡ ସଭାପତିଙ୍କ କଟୁଭାସାକୁ ବିରୋଧ କରିବା କଥା କହିଛନ୍ତି । ଏହି ଘଟଣା ପଛରେ ରାଜନୈତିକ ବିବାଦ ରହିଥିବା ସନ୍ଦେହ କରାଯାଉଛି ।ଏଭଳି ଅଶାନ୍ତିକର ପରିବେଶ ସୃଷ୍ଚି ହେବାରୁ ଭୟରେ ପୌରକର୍ମଚାରୀ ଓ ପୂଜକ ଅର୍ପଣ ରଥକୁ ଛାଡି ପଳାଇ ଯାଇଥିଲେ । ପରେ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଁଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡି ପୂର୍ବ ପରି ଅର୍ପଣରଥ ପରି ଭ୍ରମଣ ହୋଇଥିଲା ।


ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସେନେଇ ସାରା ରାଜ୍ୟରେ ଉତ୍ସାହର ମାହୋଲ । ପ୍ରତି ବ୍ଲକରେ ପରିକ୍ରମା ଆରମ୍ଭ କରିଛି ଜଗନ୍ନାଥ ଅର୍ପଣ ରଥ । ଗାଁ ଗାଁରେ ରଥକୁ ସ୍ୱାଗତ କରି ଅରୁଆ ଚାଉଳ, ଗୁଆ, ନଡ଼ିଆ ଦାନ କରୁଛନ୍ତି ଜଗନ୍ନାଥ ପ୍ରେମୀ । ତେବେ ସବୁଠାରେ ଆନନ୍ଦ ଓ ଉଲ୍ଲାସର ସହ ଅର୍ପଣ ରଥକୁ ସ୍ୱାଗତ କରାଯାଉଥିବା ବେଳେ ପଟ୍ଟାମୁଣ୍ଡାଇ ଅଳଭାରେ ହୋଇଥିବା ବିରୋଧକୁ ସାଧାରଣରେ ନିନ୍ଦା କରାଯାଇଛି ।


Next Post

ପଟ୍ଟାମୁଣ୍ଡାଇ କଲେଜରେ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା

Fri Jan 12 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡିଗ୍ରୀ କଲେଜ ଓ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ […]

KANIKA