ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ପୌରାଂଚଳ , ପଟ୍ଟାମୁଣ୍ଡାଇର ବିଭିନ୍ନ ୱାର୍ଡରେ ଅର୍ପଣ ରଥର ପରିକ୍ରମା



ଆସନ୍ତା ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ ଭକ୍ତିର ନିଦର୍ଶନ ସ୍ୱରୂପ ପ୍ରଭୁଙ୍କୁ ଭେଟି ଦେବା ପାଇଁ ସାରା ଓଡିଶାର ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ପଠାଇବା ପାଇଁ ଭକ୍ତମାନେ ବ୍ୟଗ୍ରତା ଓ ଆଗ୍ରହ ପ୍ରକାଶ କରିଛନ୍ତି । ଏଥି ପାଇଁ ସାରା ଓଡିଶାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା କରି ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ପୌରାଂଚଳରେ ଅର୍ପଣ ରଥ ପଟ୍ଟାମୁଣ୍ଡାଇ ପୌରାଂଚଳ ୫,୬,୭,୮,୯ ନଂ ଆଦି ବିଭିନ୍ନ ୱାର୍ଡ ପରିକ୍ରମା କରି ପ୍ରତି ପରିବାରର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ, ଗୁଆ ସଂଗ୍ରହ କରିଛି । ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,କାଉନସିଲର ପ୍ରଶାନ୍ତ ବାରିକ ସୁଧାମୟ ମଲିକ, ମଧୁସ୍ମିତା ମଲିକ, ମଳୟ ଓଝା ଓ ପ୍ରିୟଙ୍କା ସେଠୀ ସମାଜସେବୀ ଶ୍ରୀକାନ୍ତ ରାଉତ, ସୁଶାନ୍ତ ପଣ୍ଡା, ପ୍ରଫେସର ରମେଶ ଜେନା,ଶିକ୍ଷାବିତ କଣ୍ଡୁରୀ ସ୍ୱାଇଁ,ସମାଜସେବୀ ପ୍ରଫୁଲ୍ଲ ସାହୁ କିରଣ କୁମାର ଭୂୟାଁ ପ୍ରମୁଖ ସାମିଲ ହୋଇ ପ୍ରତି ପରିବାରର ଶ୍ରଦ୍ଧାଳୁ ଭକ୍ତଙ୍କ ଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ପୌର ପରିଷଦର ମାମିନି ପଣ୍ଡା, ତପସ୍ୱିନୀ ଦାଶ, ସରୋଜ ପଣ୍ଡା, ସତ୍ୟାନନ୍ଦ ସାହୁ, ହୃଷିକେଶ ନାଥ, ପ୍ରଫୁଲ୍ଲ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading