କେନ୍ଦ୍ରାପଡା ୧୫/୧ – ପବିତ୍ର ନବାଙ୍କ ବେଢା ଅବସରରେ ବାରୁଅ ସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ଦ୍ୱାବିଂଶତମ ନବାଙ୍କ ବେଢା ଭଜନ ଓ ନୃତ୍ୟ ସମାରୋହ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସଂଗୀତ ନେିଦ୍ଦର୍ଶକ ବିମଳ ପ୍ରସାଦ ପରିଡାଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି । ମକର ସଙ୍କ୍ରାନ୍ତିର ପୂର୍ବ ଦିନ ସନ୍ଧ୍ୟାରେ ନବାଙ୍କ ବେଢା ଅନୁଷ୍ଠିତ ହୋଇଥାଏ । ଏହି ଦିନ ମହାଲକ୍ଷ୍ମୀ ବାପଘର ବରୁଣାଳୟରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବତର୍ନ କରିଥାନ୍ତି । ବଡ ଠାକୁରଙ୍କ ମଣୋହି ପାଇଁ ସାଥେôର ଚୌରାଶୀ ବ୍ୟଂଜନ ନେଇ ଆସିଥାନ୍ତି । ଏହି ଦିନ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ମହାପ୍ରଭୂ ସୁସଜ୍ଜିତ ପାଲିଙ୍କେିର ବସି ପାଞ୍ଚ ଥର ବେଢା ପରିକ୍ରମା କରିଥାନ୍ତି । ପ୍ରବାଦ ଅଛି ଏହି ଅପୂର୍ବ ଦୃଶ୍ୟକୁ ଅବଲୋକନ କଲେ ପିତୃ ପୁରୁଷ ମୁକ୍ତି ଲାଭ କରନ୍ତି । ଏମିତି ଏକ ମହାର୍ଘ ଅବସରରେ ଭାବଗ୍ରାହୀ କଳା ନେିକତନର ଶ୍ରୀ ସିଦ୍ଧ ବଳେଦବଙ୍କ େଉଦ୍ଦଶ୍ୟରେ ପରିବେଷିତ ଭଜନ ଓ ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । ଗୀତକାର ବିମଳ ପରିଡାଙ୍କ ବଳିଷ୍ଠ ସଂଯୋଜନାରେ ଶ୍ରୀ ପରିଡାଙ୍କ ସହିତ େଉପନ୍ଦ୍ର ପାଢୀ, ସୌଭାଗିନୀ ମହାପାତ୍ର, ସୁଶୀଲ୍ ସୂତାର, ରଂଜନ ବରାଳ, ନମିତା ସ୍ୱାଇଁ, ଅଚ୍ଚର୍ନା ପରିଡା ପ୍ରମୁଖ କଣ୍ଠଶିଳ୍ପୀମାନେ ବଳେଦବ ଭଜନ ପରିବେଷଣ କରିଥେôଲ । ରୂପାଲି ସୂତାର ଏବଂ ରାଜଲକ୍ଷ୍ମୀ ପରିଡା ଶ୍ରୀ ବଳେଦବଙ୍କ ଭଜନେର ନୃତ୍ୟ ପରିବେଷଣ କରିଥେôଲ । ବିମଳ ପରିଡାଙ୍କ ରଚନା ଓ ସ୍ୱର ସଂଯୋଜନାରେ ସମସ୍ତ ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ରଂଜନ ବରାଳ, ଅଜୟ ଜେନା, କୈଳାସ ପରିଡା, ବଳରାମ ମଲିକ ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ । ରେଡିଓ ଭାବଗ୍ରାହୀର ମୁଖ୍ୟ ଧିରାମଣୀ ପରିଡା, ଇଂ ବିଶ୍ୱଜିତ୍ ପରିଡା, ଦିବ୍ୟେଜ୍ୟାତି ପରିଡା, ସୁଶ୍ରୀ ସଂଗୀତା ଜେନା, କାଂଚନ ଜେନା, ବିଜୟ ପରିଡା, ଗୁରୁ ପ୍ରକାନ୍ତ ମହାରଣା, ବିକାଶ ପରିଡା, ବାସନ୍ତୀ ମହାପାତ୍ର, ଲିଲୁରାଣୀ ପରିଡା, ପ୍ରଭାତ ନଳିନୀ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ସହସ୍ରାଧିକ ଶ୍ରଦ୍ଧାଳୁମୋନ ଉପସ୍ଥିତ ରହି ହରିବୋଲ ଏବଂ ହୁଳହୁଳି ଧ୍ୱନୀ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।