କୃଷକନେତା ଧ୍ରୁବ ସ୍ୱାଇଁଙ୍କ ଶ୍ରାଦ୍ଧବାର୍ଷିକୀ



ଧ୍ରୁବ -ଅନ୍ନପୂର୍ଣ୍ଣା ସେବା ପରିଷଦ ପକ୍ଷରୁ ଦିବଂଗତ କୃଷକନେତା ଧ୍ରୁବ ଚରଣ ସ୍ୱାଇଁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।  ଏହି ଉପଲକ୍ଷେ ଯୁବସ୍ବେଛାସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଗରା ଠାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ କିଶୋର ତରାଇ,ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବିଜେପି ପ୍ରଭାରୀ ସୁନାକାର ପ୍ରଧାନ, ବିଜେପି ଯୁବନେତା ଅଜୟ ବେହେରା, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ,ଅଧ୍ୟାପିକା ଭଗବତୀ ରାଉତ, ଡା ମିନତୀ ପଣ୍ଡା, ପ୍ରାକ୍ତନ ସେନା କର୍ମଚାରୀ ମାନଗୋବିନ୍ଦ ସ୍ୱାଇଁ, ପୂର୍ବତନ ସରପଞ୍ଚ ରତିକାନ୍ତ ସାହାଣୀ,ସବ୍ୟସାଚୀ ରାଉତ, ଯୁବ ନେତା ବାସୁଦେବ ପ୍ରଧାନ ପ୍ରମୁଖ ଭାଷଣ ଦେଇ ଦିବଂଗତ ସ୍ୱାଇଁଙ୍କ କର୍ମ ମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅକ୍ଷୟ ରାଉତ, ଭଜକୃଷ୍ଣ ସ୍ୱାଇଁ, ମମତା ଲେଙ୍କା, ଦେବକୀ ସ୍ୱାଇଁ,ରେବତୀ ସ୍ୱାଇଁ, ଉଷାରାଣୀ ସ୍ୱାଇଁ ଓ ଦ୍ରୌପଦୀ ବସନ୍ତରାୟ ପରିଚାଳନା କରିଥିଲେ ।

← Back

Thank you for your response. ✨


Next Post

କେନ୍ଦ୍ରାପଡା କଲେଜର ନୂଆ ‘ଓ’ ୟୁବ ଓଡିଶା ନବୀନ ଓଡିଶା ଉଦଯାପିତ

Tue Jan 16 , 2024
କେନ୍ଦ୍ରାପଡ଼ା ୧୬ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟର ନୂଆ “ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସାରା […]

KANIKA