ଆସନ୍ତା କାଲି ଓ ୨୨ ତାରିଖରେ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ


ଜାନୁଆରୀ ୧୭ ତାରିଖ ଓ ଜାନୁଆରୀ ୨୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି ।

 

କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି ଓ ଦେଶୀ ମଦ ଦୋକାନଗୁଡିକୁ ଜାନୁଆରୀ ୧୭ ତାରିଖ ଓ ୨୨ ତାରିଖରେ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପାଇଁ ଜାନୁଆରୀ ୧୭ ରେ ବନ୍ଦ ରହୁଥିବା ବେଳେ ଅଯୋଦ୍ଧା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨ତାରିଖରେ ଏହି ଦୋକାନ ଗୁଡିକ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ-୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଜଣାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

 

 


Next Post

ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ଆଲୋଚନାଚକ୍ର

Tue Jan 16 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼ ପ୍ରେମଲତା ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଷୟ ବିଶାରଦ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସେଣ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ଡ଼ ରାଉତ ସ୍ୱାଗତ ଭାଷଣ ଦେଇ […]

You May Like