କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କୃଷି ବିଭାଗ ଭିଏଡବ୍ଲୁ ଦିପକ ସାମଲ କଖାରୁଣି ପଂଚାୟତରେ ବିରି ବଂଟନ କରୁଥିଲେ । ଓସଙ୍ଗରା ଗ୍ରାମର ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ବିରି ମାଗିବା ସହିତ ଧମକ ଦେଇଥିବା ନେଇ ଭିଏଡବ୍ଲୁ ଥାନାରେ ଅଭିଯୋଗ କରିଥିବା ବେଳେ ବିରି ବଂଟନରେ ଅନିୟମିତତାକୁ ନେଇ ସ୍ୱର ଉଠାଇବାରୁ ଭିଏଡବ୍ଲୁ ସାମଲ ଧମକଦେବା ସହ ଗାଳି ଗୁଲଜ କରିଥିବା ନେଇ ଅକ୍ଷୟ ମଲିକ ଥାନାରେ ଅଭିଯୋଗ କରିଛନ୍ତି […]
Day: 18 January 2024
ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ତା ୧୮/୮-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟ ବରିଷ୍ଠ ପ୍ରଧ୍ୟାପିକା ମଞ୍ଜୁଶ୍ରୀ ସ୍ୱାଇଁ ରି୍ସୋର୍ସ ପର୍ସନ ଭାବେ ଯୋଗ ଦେଇ ଟେରାଟୋଜେନେସିସ ଏବଂ ଏହାର କାରଣ ଓ ନିରାକରଣ ଉପରେ ବିଶଦ ଆଲୋଚନା କରିଥିଲେ […]
ପଟ୍ଟାମୁଣ୍ଡାଇ ତା ୧୭/୧-ପଟ୍ଟାମୁଣ୍ଡାଇ କଲେଜରେ ନୂଆ -ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଧାରରେ ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ପୌରହିତ୍ୟ ରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ନୂଆ -ଓ ନୋଡାଲ […]
କେନ୍ଦ୍ରାପଡ଼ା, ୧୮ା୧: ମା’ ସମଲେଶ୍ୱରୀ ମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ଚଳିତ ଜାନୁଆରୀ ୨୭ ତାରିଖରେ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶର ବିଭିନ୍ନ ଶକ୍ତି ପୀଠ ସହ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଗସ୍ତ କରି ମା’ ଗୋଜବାୟାଣୀ ମନ୍ଦିରକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି […]
କେନ୍ଦ୍ରାପଡା ୧୮/୧- ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସହ ପେନସନ ଦାବିରେ ଓଡିଶା ସାମ୍ବାଦିକ ୟୁନିୟନ ଓୟୁଜେ ଆହ୍ୱାନରେ ତମାମ ରାଜ୍ୟରେ ଆଜି ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ମୁଖ୍ୟ ଦାବୀ ପୂରଣ ପାଇଁ ଦାବୀ କରାଯାଇଛି । ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ୟୁନିୟନ ଓୟୁଜେ ପକ୍ଷରୁ ଦୀର୍ଘ ବର୍ଷ ଧରି ସାମ୍ବାଦିକତାର ସ୍ୱାର୍ଥ ରକ୍ଷା ପାଇଁ ୟୁନିୟନ ଅହରହ ସଂଗ୍ରାମ ଜାରି ରଖିଥିବା ବେଳେ […]